ଜଳସ୍ତର ବଢ଼ିବାରୁ ହୀରାକୁଦ ଖୋଲିଲା ଆଉ 4 ଗେଟ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଉପରମୁଣ୍ଡରେ ବର୍ଷା ହେତୁ ହୀରାକୁଦର ଜଳସ୍ତର ବଢ଼ିବାରୁ ଆଉ 4ଟି ଗେଟ ଖୋଲାଯାଇଛି l ଗତକାଲି 3ଟି ଗେଟ ଖୋଲାଯାଇଥିବାବେଳେ ଆଜି ପୁଣି ଆଉ 4ଟି ଗେଟ ଖୋଲାଯାଇଛି l ଏହାକୁ ମିଶାଇ ହୀରାକୁଦରେ ଏବେ ସମୁଦାୟ 12ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି l ରବିବାର 5ଟି, ଗତକାଲି 4ଟି ଓ ଆଜି 3ଟି ଗେଟ ଖୋଲାଯାଇଛି l ମିଳିଥିବା ସୂଚନା ମୁତାବକ, ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବାମ ପାର୍ଶ୍ୱରୁ 8ଟି ଓ ଡାହାଣ ପାର୍ଶ୍ୱରୁ 4ଟି ଗେଟ ଖୋଲାଯାଇଛି l

ଉଲ୍ଲେଖ ଥାଉ କି ରବିବାର ସକାଳେ ଜଳସ୍ତର 615 ଫୁଟ୍ ଅତିକ୍ରମ କରିବା ପରେ ଗେଟ ଖୋଲାଯାଇଥିଲା । ରବିବାର ସକାଳ 9ଟାରେ ହୀରାକୁଦ ଜଳଭଣ୍ଡାରରୁ ପାରଂପରିକ ରୀତିରେ ପୂଜାର୍ଚ୍ଚନା ପରେ ହୀରାକୁଦ ଜଳଭଣ୍ଡାର ପର୍ଯ୍ୟାୟ‌କ୍ରମେ 5ଟି ଗେଟ୍ ଖୋଲାଯାଇଥିଲା ।


ସେୟାର କରନ୍ତୁ