୨୦୧୬ ଡବଲ ମର୍ଡର ଘଟଣାର ପର୍ଦାଫାସ, ହତ୍ୟାକରୀ ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ୨୦୧୬ ରାଧାକୃର୍ଷ୍ଣ ଲେନ ବସ୍ତିରେ ହୋଇଥିବା ଡବଲ ମର୍ଡର ଘଟଣାର ପର୍ଦାଫାସ କରିଛି କମିଶନରେଟ ପୁଲିସ । ଫେରାର ଥିବା ମୁଖ୍ୟ ହତ୍ୟାକରୀକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତ ଜଣଙ୍କ ହେଲେ ଉକ୍ତ ବସ୍ତିର ଗୋପାଳ ବେଶ୍ରା (୪୨) । ବୁଧବାର ତାକୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ମୁତାବକ, ଜାନୁଆରୀ ୧୯, ୨୦୧୬ ବିଳମ୍ବିତ ରାତରେ ଅଭିଯୁକ୍ତ ଜଣଙ୍କ ପ୍ରଚୁର ମଦ୍ୟପାନ କରି ଘରକୁ ଫେରିଥିଲେ । ଖାସ ସେତିକିବେଳେ ତାଙ୍କ ପତ୍ନୀ ଅନ୍ୟ ପୁରୁଷ ଧାକୁଡ଼ ସିଂଙ୍କ ସହିତ ଘର ଭିତରେ ଅନୌତିକ ଅବସ୍ଥାରେ ଥିବା ସେ ଦେଖିଥିଲେ । ଯାହା ପରବର୍ତୀ ସମୟରେ ଉଭୟଙ୍କ ଭିତରେ ହାତାହାତିର ରୂପ ନେଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ସେମାନଙ୍କ ଉପରେ ମାରଣାନ୍ତକ ଆକ୍ରମଣ କରିଥିଲା । ପତ୍ନୀ ଓ ଧାକୁଡ଼ ସିଂଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଖାଲି ଏତିକି ନୁହେଁ ଅଭିଯୁକ୍ତକୁ ଅଟକେଇବାକୁ ଯାଇ ବସ୍ତିର ଜଣେ ମହିଳା ଦୁଲି ଟୁଡୁ ଆକ୍ରମଣର ଶୀକାର ହୋଇଥିଲେ ।


ସେୟାର କରନ୍ତୁ