ବିଜେପି ଛାଡି ବିଜେଡିରେ ଯୋଗଦାନ

ରାଜନୀତି
ସେୟାର କରନ୍ତୁ

ପରଜଙ୍ଗ: ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡ଼ାହାଡ଼ ବ୍ଲକର ଦଶିପୁର ଗ୍ରାମ ପଞ୍ଚାୟତ ବିଜେପି ଦଳର ପୂର୍ବତନ ସରପଞ୍ଚ ପ୍ରାର୍ଥୀ ଶାନ୍ତନୁ ସାହୁ, ଗୋବର୍ଦ୍ଧନ ସାହୁ, ସାରଙ୍ଗଧର ସାହୁ ଆଜି ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଯୁବ ନେତା ଅସିତ୍ କୁମାର ରାୟଚୌଧୁରି(ଚିଣ୍ଟୁ ଭାଇ)ଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଶ୍ରୀ ରାୟଚୌଧୁରି ସେମାନଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ସ୍ବାଗତ କରିଛନ୍ତି ।

ଆଜିର ଏହି ମିଶ୍ରଣ ପର୍ବରେ ଜିଲ୍ଲାପରିଷଦ ସଦସ୍ୟ ନବକିଶୋର ସାହୁ, ବିଜୁ ଯୁବ ଜନତା ଦଳ ଉପସଭାପତି ଶୁଭ୍ରାଂଶୁ ମିଶ୍ର, ବିଜୁ ଜନତାଦଳ କାର୍ଯ୍ୟକାରି ସଭାପତି ରାଜକିଶୋର ସାହୁ, ବିଜୁ ଯୁବ ସଭାପତି ତାପସ ପାଣି ଏବଂ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସେମାନଙ୍କୁ ସ୍ବାଗତ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ, ଜନକଲ୍ୟାଣକାରୀ ଯୋଜନା, ବିଜେଡି ଦଳର ନୀତି, ଆଦର୍ଶ ଓ ପରଜଙ୍ଗ ବିଧାୟକ ଡ଼ ନୃସିଂହ ଚରଣ ସାହୁଙ୍କ କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି ।


ସେୟାର କରନ୍ତୁ