ଶତାଧିକ ବିଜେପି କର୍ମୀ ବିଜୁ ଜନତା ଦଳରେ ସାମିଲ

ରାଜନୀତି
ସେୟାର କରନ୍ତୁ

ପରଜଙ୍ଗ : ଆଜି ପରଜଙ୍ଗ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକର ବାଲିକୁମା ପଞ୍ଚାୟତର ହାତୀବାରି ଠାରେ ବିଜେପି ଦଳର ଶତାଧିକ କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହେବା ସହ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁଙ୍କ ବିକାଶମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ବିଧିବଦ୍ଧ ଭାବେ Biju Janata Dalରେ ସାମିଲ ହୋଇଛନ୍ତି ।

ଏହି ଅବସରରେ ମାନ୍ୟବର ମନ୍ତ୍ରୀ ତଥା ବିଧାୟକ ଡାକ୍ତର ସାହୁ ନୂତନ ଭାବେ ଦଳରେ ସାମିଲ ହୋଇଥିବା କର୍ମକର୍ତ୍ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧେଇବା ସହ ପୁଷ୍ପଗୁଚ୍ଛ ଦେଇ ବିଜୁ ପରିବାରକୁ ସ୍ବାଗତ କରିଛନ୍ତି । ସେମାନଙ୍କ ଯୋଗଦାନରେ ଦଳ ଆହୁରି ମଜବୁତ କରିବା ସହ ନବୀନ ଓଡ଼ିଶା ଗଠନରେ ସହାୟକ ହେବ ବୋଲି ମାନ୍ୟବର ବିଧାୟକ ଡାକ୍ତର ସାହୁ କହିଛନ୍ତି । ଆଜିର ଏହି ମିଶ୍ରଣ ପର୍ବରେ ଜିଲ୍ଲାପରିଷଦ ସଦସ୍ୟ ରବିନାରାୟଣ ପଧାନ,ସମାଜସେବୀ ରମେଶ ମିଶ୍ର, ସରପଞ୍ଚ ମୋହନ ବାଗେ, କରୁଣାକର ହେମ୍ବ୍ରମ୍, ଉମାକାନ୍ତ ବିଶ୍ଵାଳ ସମେତ ସମସ୍ତ ବିଜୁ ଜନତାଦଳ କର୍ମକର୍ତ୍ତା ଉପସ୍ଥିତ ରହି ସେମାନଙ୍କୁ ସ୍ବାଗତ କରିଥିଲେ ।


ସେୟାର କରନ୍ତୁ