ବ୍ଲକ କଂଗ୍ରେସ ଦଳ ପକ୍ଷରୁ ସଙ୍କୀର୍ତ୍ତନ ସତ୍ୟାଗ୍ରହ

ରାଜନୀତି ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ: ଓଡ଼ିଶା ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ଵାନରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ଯୁବ ସଂଗଠକ ତଥା ଜିଲ୍ଲା ଉପସଭାପତି ରଞ୍ଜିତ କୁମାର ସାହୁ ( ଟୁଟୁ)ଙ୍କ ନେତୃତ୍ୱ ଓ ପରଜଙ୍ଗ ବ୍ଲକ କଂଗ୍ରେସ କମିଟି ସଭାପତି ବିଜୟ କୁମାର ରାଉତରାୟଙ୍କ ତତ୍ବାବଧାନରେ ଗୁରୁବାର ଦିନ ସକାଳ 9 ଘଟିକା ଠାରୁ ପୂର୍ବାହ୍ନ ସାଢେ଼ 12 ଘଟିକା ପର୍ଯ୍ୟନ୍ତ ଗଡପରଜଙ୍ଗ ଗ୍ରାମ ଚଉପାଢ଼ି ପ୍ରାଙ୍ଗଣରେ ରହିଥିବା ମହାପ୍ରଭୁ ପତିତପାବନ ମନ୍ଦିର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ସଙ୍କୀର୍ତ୍ତନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା ।

ଦଳର ଅନ୍ୟତମ ସଦସ୍ୟ ଦୟାସାଗର ଦାସ, ଜିଲ୍ଲା ସମ୍ପାଦକ ବିଜୟ ପଣ୍ଡା, ପୂର୍ବତନ ବ୍ଲକ ସଭାପତି ନଗେନ ବିନାୟକ, ବିଶ୍ୱଜିତ୍ ପରିଡା, ଗୌରାଙ୍ଗ ଜେନା, ସମୀର ଦେହୁରୀଙ୍କ ସମେତ 50 ରୁ ଉର୍ଦ୍ଧ୍ବ ସକ୍ରିୟ କର୍ମୀ ଉପସ୍ଥିତ ରହି ପୁରୀରେ ମହାପ୍ରଭୁଙ୍କ ଦର୍ଶନ ନିମିତ୍ତ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାରଖିବା, ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ଅଳଙ୍କାର ଗଣିତ, ମଣତି ଓ ଭଣ୍ଡାରଘର ସମ୍ପୂର୍ଣ୍ଣ ମରାମତି କରିବା, ବେଦାନ୍ତ କମ୍ପାନୀ ଦ୍ଵାରା ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥଙ୍କ ଅମୃତ ମଣୋହୀ ଜମି ଓ ଚାଷୀଙ୍କ ଚାଷ ଜମିକୁ ତୁରନ୍ତ ଫେରସ୍ତ କରିବା ଦାବୀ ଉପରେ ଶାନ୍ତିପୂର୍ଣ୍ଣ ସଙ୍କୀର୍ତ୍ତନ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଗ୍ରାମର ମହିଳା କୀର୍ତ୍ତନ ଯୋଗଦେଇ ପ୍ରାୟ ସାଢେ଼ 2 ଘଣ୍ଟା ଧରି ନାମ ସଙ୍କୀର୍ତ୍ତନ କରିଥିଲେ । ସେହିପରି କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ ପରିବେଶ ବିହାର ପ୍ରାଙ୍ଗଣରେ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ରଞ୍ଜିତ କୁମାର ସାହୁଙ୍କ ନେତୃତ୍ୱରେ ଓ ବ୍ଲକ ସଭାପତି ଧନେଶ୍ଵର ସାହୁଙ୍କ ସହଯୋଗରେ ସଙ୍କୀର୍ତ୍ତନ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକର କର୍ମୀ ଓ କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ ।


ସେୟାର କରନ୍ତୁ