କଂଗ୍ରେସ ଘୋଷଣା କଲା 49 ଜଣଙ୍କର ନାମ, କିଏ କେଉଁଠି ଲଢ଼ିବେ ଜାଣନ୍ତୁ

ରାଜନୀତି
ସେୟାର କରନ୍ତୁ

ଭୁବନେଶ୍ବର: ବହୁ ପ୍ରତିକ୍ଷା ପରେ କଂଗ୍ରେସ ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ଦଫାରେ ନିଜର ତାଲିକା ଘୋଷଣା କରିଛି । କଂଗ୍ରେସ ପ୍ରଥମ ତାଲିକାରେ 49 ଜଣଙ୍କର ନାମ ରହିଥିବା ଜଣାପଡିଛି । ଏହି ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ 23 ଜଣ ଓ ପଞ୍ଚମ ପର୍ଯ୍ୟାୟର ନିର୍ବାଚନ ପାଇଁ 29 ଜଣ ଅଛନ୍ତି ।

ଏଆଇସିସି ସାଧାରଣ ସଂପାଦକ କେ.ସି ବେଣୁଗୋପାଳଙ୍କ ଦ୍ବାରା ଜାରି ହୋଇଥିବା ତାଲିକାରେ କୁହାଯାଇଛି ଯେ, ପଦ୍ମପୁର ପାଇଁ ଟଙ୍କଧର ସାହୁ, ବିଜେପୁର ପାଇଁ କିଶୋର ଦଫାଦାର, ବରଗଡ଼ ପାଇଁ ନିପନ କୁମାର ଦାଶ, ଭଟଲି ପାଇଁ ବ୍ରହ୍ମା ମହାକୁଡ଼, ବ୍ରଜରାଜନଗର ପାଇଁ କିଶୋର ଚନ୍ଦ୍ର ପଟେଲ, ତଲସରା ପାଇଁ ପ୍ରବୋଧ ତିର୍କୀ, ସୁନ୍ଦରଗଡ଼ ପାଇଁ ସୁଧାରାଣୀ ରୌଡିଆ, ବୀରମିତ୍ରପୁର ପାଇଁ ଜେଏମ୍ଏମ୍‌ର ଜଣେ ପ୍ରାର୍ଥୀ, ରଘୁନାଥପାଲି ପାଇଁ ଗୋପାଳ ଦାସ, ରାଉରକେଲା ପାଇଁ ବୀରେନ୍ଦ୍ର ନାଥ ପଟ୍ଟନାୟକ, ରାଜଗାଂଗପୁର ପାଇଁ ଡ ସିଏସ୍‌ ରାଜନେ୍‌ ଏକ୍କା, ବଣାଇ ପାଇଁ ସିପିଆଇ(ଏମ୍‌), ଲୋଇସିଂହା ପାଇଁ ଓମ୍‌ ପ୍ରକାଶ କୁମ୍ଭାର, ପାଟଣାଗଡ଼ ପାଇଁ ଅନିଲ ମେହେର, ବଲାଙ୍ଗୀର ପାଇଁ ସମରେନ୍ଦ୍ର ମିଶ୍ର, କଣ୍ଟାବାଞ୍ଜି ପାଇଁ ସନ୍ତୋଷ ସିଂହ ସାଲୁଜା, ବାଲିଗୁଡ଼ା ପାଇଁ ସୁରଦ ପ୍ରଧାନ, ଜି, ଉଦୟଗିରି ପାଇଁ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଫୁଲବାଣୀ ପାଇଁ ପ୍ରତିଭା କହଁର, କଣ୍ଟାମାଳ ପାଇଁ ମନୋଜ କୁମାର ଆଚାର୍ଯ୍ୟ, ବୌଦ୍ଧ ପାଇଁ ନବ କୁମାର ମିଶ୍ର, ଭଂଜନଗର ପାଇଁ ପ୍ରଶାନ୍ତ କୁମାର ବିଶୋୟୀ, ପୋଲସରା ପାଇଁ ଅଗସ୍ତି ବରଦା, କବିସୂର୍ଯ୍ୟନଗର ପାଇଁ ଚିରଜିବୀ ବିଶୋୟୀ, ସରୋଡ଼ା ପାଇଁ ହରିକୃଷ୍ଣ ରଥ ଓ ସାନଖେମୁଣ୍ଡି ପାଇଁ ରମେଶ ଚନ୍ଦ୍ର ଜେନାଙ୍କୁ କଂଗ୍ରେସ ଟିକେଟ୍‌ ଦେଇଛି। ଏହି ପ୍ରାର୍ଥୀମାନେ ମେ’ 20 ତାରିଖରେ ହେବାକୁ ଥିବା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ‌ ପାଇଁ ଲଢ଼ିବେ।

ସେହିପରି କଂଗ୍ରେସ ମେ 13 ତାରିଖରେ ଚତୁର୍ଥ ପର୍ଯ୍ୟାୟ ପାଇଁ ହେବାକୁ ଥିବା ନିର୍ବାଚନରେ ନୂଆପଡ଼ାରୁ ଶରତ ପଟ୍ଟନାୟକ, ଉମରକୋଟରୁ ସାନରାଜ ଗଣ୍ଡ, ଝରିଗାଁରୁ ହାରାବତୀ ଗଣ୍ଡ, ନବରଂଗପୁରରୁ ଦିଲୀପ ପ୍ରଧାନୀ, ଡାବୁଗାଁରୁ ଡ. ଲିପିକା ମାଝୀ, ଲାଞ୍ଜିଗଡ଼ରୁ ବଳଭଦ୍ର ମାଝୀ, ଜୁନାଗଡ଼ରୁ ତୁଳେଶ୍ବର ନାଏକ, ଧର୍ମଗଡ଼ରୁ ରଶ୍ମିରେଖା ରାଉତ, ଭବାନୀପାଟଣାରୁ ସାଗର ଚରଣ ଦାସ, ନର୍ଲାରୁ ଭକ୍ତ ଚରଣ ଦାସ, ଚିକିଟିରୁ ରବୀନ୍ଦ୍ରନାଥ ସାମନ୍ତରାୟ, ମୋହନାରୁ ଦାଶରଥୀ ଗମାଙ୍ଗୋ, ପାରଳାଖେମୁଣ୍ଡିରୁ ବିଜୟ ପଟ୍ଟନାୟକ, ଗୁଣୁପୁରରୁ ସତ୍ୟଜିତ ଗମାଙ୍ଗୋ, ବିଶମକଟକରୁ ନିଳମାଧବ ହିକକା, ରାୟଗଡ଼ାରୁ କାଦ୍ରକା ଆଲାପସ୍ବାମୀ, ଲକ୍ଷ୍ମୀପୁରରୁ ପବିତ୍ର ସାଉନ୍ତା, କୋଟପାଡ଼ରୁ ଅନାମ ଦିଆନ, ଜୟପୁରରୁ ତାରା ପ୍ରସାଦ ବାହିନୀପତି, କେରାପୁଟରୁ କୃଷ୍ଣଚନ୍ଦ୍ର କୁଳଦୀପ, ପଟ୍ଟାଙ୍ଗୀରୁ ରାମଚନ୍ଦ୍ର କଡ଼ମା, ମାଲକାନଗିରିରୁ ମାଳ ମାଢ଼ୀ ଓ ଚିତ୍ରକୋଣ୍ଡାରୁ ମଙ୍ଗୁ ଖୀଲ ଲଢ଼ିବେ ବୋଲି କହିଛି।


ସେୟାର କରନ୍ତୁ