ସମ୍ବଲପୁର ଲେଖାପଢା ଓ ଅଭିବ୍ୟକ୍ତିର ଗୋଟିଏ ମହାନ ପରମ୍ପରା – ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ
ସେୟାର କରନ୍ତୁ

ସମ୍ବଲପୁର : ଆନ୍ତର୍ଜାତିକ ସଂଗଠନ ‘ବ୍ରିବୁକ୍ସ’ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ପୁରସ୍କୁତ ହୋଇଥିବା ସମ୍ବଲପୁର ସହରର ୧୦ ବର୍ଷୀୟ ଇସାନ ପ୍ରଜ୍ଞାଙ୍କୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଇସାନ ‘ଦ ଥ୍ରୀ ଲେସନ’ ପୁସ୍ତକ ପାଇଁ ଦ ଗୋଲ୍ଡେନ ପେନ୍ ଜୁରି ଆଓ୍ୱାର୍ଡରେ ସମ୍ମାନିତ ହୋଇଛନ୍ତି । ସୃଜନଶୀଳତା, ଶବ୍ଦକୋଷ, ବିଷୟବସ୍ତୁ ଇତ୍ୟାଦି ଅନେକ ବିଷୟ ଉପରେ ଆଧାର କରି ତାଙ୍କୁ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ସମ୍ମାନିତ କରାଯାଇଛି । ଶ୍ରୀ ପ୍ରଧାନ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ ସମ୍ବଲପୁର ଲେଖାପଢା ଓ ଅଭିବ୍ୟକ୍ତିର ଗୋଟିଏ ମହାନ ପରମ୍ପରା । ଇସାନଙ୍କ ପ୍ରତିଭା ଆଗକୁ ଆହୁରି ପ୍ରସ୍ଫୁଟିତ ହେଉ, ଏହା ମା’ ସମଲେଇଙ୍କ ପାଖରେ ପ୍ରାର୍ଥନା । ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।


ସେୟାର କରନ୍ତୁ