ଓଡ଼ିଶାରେ ତୃତୀୟ କରୋନା ପଜିଟିଭ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଓଡ଼ିଶାରେ ପୁଣି ଜଣେ ‘କରୋନା’ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗୁରୁବାର ସନ୍ଧ୍ୟାରେ ସ୍ବାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି । କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

ଏହା ପୂର୍ବରୁ ଅର୍ଥାତ ମାର୍ଚ୍ଚ 15 ତାରିଖରେ ଓଡ଼ିଶାରେ ପ୍ରଥମ ‘କରୋନା’ ରୋଗୀ ଚିହ୍ନଟ ହୋଇଥିଲେ । ତାଙ୍କ ଘର ଭୁବନେଶ୍ୱର ଅଞ୍ଚଳ । ରକ୍ତ ଓ ସ୍ୱାବ ନମୁନା ପରୀକ୍ଷାରୁ ତାଙ୍କଠାରେ ‘କରୋନା’ ଭୂତାଣୁ ଥିବା ଜଣାପଡ଼ିଥିଲା । ଏହା ପରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଏହି ଯୁବକ ଜଣଙ୍କ 6 ତାରିଖରେ ଇଟାଲିରୁ ଦିଲ୍ଲୀ ଫେରିଥିଲେ । ଦିଲ୍ଲୀରେ କିଛି ଦିନ କ୍ୱାରେଣ୍ଟିନରେ ରହିଥିଲେ । ଏହା ପରେ 12 ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ ।

ଏହା ପରେ ଅର୍ଥାତ 19 ତାରିଖରେ ଦ୍ୱିତୀୟ ରୋଗୀ ଚିହ୍ନଟ ହୋଇଥିଲେ । ଭୁବନେଶ୍ୱର RMRC ରେ ପରୀକ୍ଷା ହୋଇଥିବା 14ଟି ନମୁନା ଭିତରୁ ଜଣଙ୍କୁ ‘କରୋନା’ ହୋଇଥିବା ଜଣାପଡ଼ିଛି । ସେ ବିଦେଶରୁ ଫେରିଥିବା ଜଣାପଡ଼ିଥିଲା ।


ସେୟାର କରନ୍ତୁ