ଶୀତଦିନେ ନିଜ କେଶର କିପରି କରିବେ ଯତ୍ନ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଶୀତଦିନରେ ନିଜର କେଶର ଯତ୍ନ ନେବା ମଧ୍ୟ ଜରୁରୀ। ସାଧାରଣତଃ ଶୀତଦିନରେ କେଶରେ ଅଧିକ ରୁକ୍ଷତା ଦେଖିବାକୁ ମିଳେ। ତେବେ ଏହି ସମୟରେ କେଶର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକ।

ଶୀତଦିନରେ କେଶ ରୁକ୍ଷ ହେବା ସାଧାରଣ କଥା। ଏହି ଦିନରେ କେଶ ନିଜର ଚମକ ହରାଇଥାଏ ଓ କେଶର ରଙ୍ଗ କମ୍‌ ଦେଖିବାକୁ ମିଳେ। ତେଣୁ କେଶରେ ମହୁ ଲଗାନ୍ତୁ। ମହୁ ଲଗାଇବା ପରେ ଏକ ଟାଓ୍ବେଲରେ ମୁଣ୍ଡକୁ ଅଧଘଣ୍ଟା ପର୍ୟ୍ୟନ୍ତ କଭର କରି ରଖନ୍ତୁ। ଏହାପରେ କେଶକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା କେଶରେ ଚମକ ଆସିବ।
ଶୀତଦିନରେ ଥଣ୍ଡା ପବନ କାରଣରୁ କେଶମୂଳ କୁଣ୍ଡାଇ ହୁଏ। ବାୟୁମଣ୍ଡଳରେ ଆର୍ଦ୍ରତା ଯୋଗୁ ଆପଣଙ୍କ ସ୍କାଲ୍ପ ଶୁଖିଯାଏ। କେଶରେ ଯେଉଁ ତେଲ ଲଗାଉଛନ୍ତି ସେଥିରେ ଲେମ୍ବୁ ରସ ମିଶାଇ ତାକୁ ମୁଣ୍ଡର ପ୍ରତିଟି ଶିରାରେ ମାଲିସ୍‌ କରନ୍ତୁ। ଏହା ପରେ ଏହାକୁ ଏକଘଣ୍ଟା ପାଇଁ ଛାଡି ଦିଅନ୍ତୁ ଏବଂ ପରେ ଏହାକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ।
ତ୍ୱଚା ପରି କେଶକୁ ମଧ୍ୟ ପୋଷଣ ଆବଶ୍ୟକତା ରହିଛି। ଏକ ଭଲ ସ୍କାଲ୍ପ ରହିବା ଦ୍ୱାରା କେଶ ଭଲଭାବେ ବଢ଼ିଥାଏ। ଶୀତଦିନରେ ହେଉଥିବା ପବନ କେଶକୁ ଡ୍ରାଏ କରିଥାଏ। ଫଳରେ ଏହାଦ୍ୱାରା କେଶ ଭଲଭାବେ ବଢ଼ିପାରି ନ ଥାଏ।ତେଣୁ କେଶ କୁଣ୍ଡାଇବା ସମୟରେ ଯେଉଁ ହେୟାର ବ୍ରଶ ବ୍ୟବହାର କରୁଛନ୍ତି ତାହା ପ୍ଲାଷ୍ଟିକ୍‌ ହୋଇଥିବା ଆବଶ୍ୟକ। ସବୁବେଳେ କେଶ ଧୋଇବା ସମୟରେ ନଖ ଉଷୁମ ପାଣି ବ୍ୟବହାର କରନ୍ତୁ।

ଶୀତଦିନରେ କେଶ ଶୁଖାଇବାକୁ ଅଧିକ ସମୟ ଲାଗିଥାଏ। ଆପଣ ଦେଖିଥିବେ ସକାଳେ ଧୋଇଥିବା କେଶ ଶୁଖି ନ ଥାଏ। ଯେଉଁ କାରଣରୁ ଆପଣ ଅଧିକ ଚିନ୍ତିତ ରହିଥାନ୍ତି। ଏମିତି ହେବା ଦ୍ୱାରା କେଶ ସମ୍ବନ୍ଧିତ କେତେକ ସମସ୍ୟା ଦେଖିବାକୁ ମିଳେ। ଯେମିତିକି ରୁପି,ଉକୁଣି,କେଶ ଝଡ଼ିବା । କେଶକୁ ଶୁଖାଇବା ଲାଗି ବ୍ଲୋଓର ବ୍ୟବହାର କରନ୍ତୁ। ଯଦିି ଆପଣଙ୍କ ପାଖରେ ହେୟାର ବ୍ଲୋଓର ନାହିଁ ତେବେ ଏହାକୁ ପ୍ରାକୃତିକ ଉପାୟରେ ଶୁଖାଇ ପାରିବେ।


ସେୟାର କରନ୍ତୁ