ପରଜଙ୍ଗରେ ଜନସମ୍ପର୍କ ପଦଯାତ୍ରା ଏବଂ ଗାନ୍ଧି ଜୟନ୍ତି ପାଳିତ

ରାଜନୀତି ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ହେଉଛି ପବିତ୍ର ଗାନ୍ଧୀ ଜୟନ୍ତୀ l ଆଜିଠାରୁ ପ୍ରତେକ ବର୍ଷ ଭଳି ବିଜୁ ଜନତା ଦଳ ସାରାରାଜ୍ୟରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି l ଏହି ଅବସରରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଜନସମ୍ପର୍କ ପଦଯାତ୍ରାର ଉଦଘାଟନ ହୋଇଯାଇଛି l ସ୍ଥାନୀୟ ପାଣିପଞ୍ଚାୟତ ସଭାଗୃହ ଠାରେ ଏନେଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ ନୃସିଂହ ଚରଣ ସାହୁ ଯୋଗଦେଇ ଗାନ୍ଧୀଙ୍କ ଫଟୋରେ ପୁଷ୍ପ ମାଲ୍ୟ ଅର୍ପଣ କରି ଗାନ୍ଧୀ ଜୟନ୍ତୀ ପାଳନ କରିଥିଲେ l

ତେବେ ଏହି କାର୍ଯ୍ୟକ୍ରମରେ ଡ଼ଃ ସାହୁ ପ୍ରଥମେ ଗାନ୍ଧୀଜୀଙ୍କର କିଛି ନିତୀବାଣୀ ବିଷୟରେ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିପରି ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବ ଓ ସେଥିପାଇଁ ସୋସିଆଲ ମିଡ଼ିଆର ବହୁଳ ବ୍ୟବହାର କରିବା ପାଇଁ ସ୍ଥାନୀୟ ସମସ୍ତ କର୍ମୀଙ୍କୁ ପରାମର୍ଶ ଦେଇଥିଲେ l ବିରୋଧୀ ଦଳ ସୋସିଆଲମିଡିଆରେ ବିଭିନ୍ନ ଭୁଲ ତଥ୍ୟ ଦେଇ ଲୋକଙ୍କୁ ଭ୍ରମିତ କରୁଥିବା ବେଳେ ବିଜୁ ଜନତା ଦଳ ତରଫରୁ ଏହି ସବୁ ଗୁଜବକୁ ତୁରନ୍ତ କାଉଣ୍ଟର କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସବୁ ଯୋଜନାକୁ ଘରେଘରେ ପହଞ୍ଚାଇବାକୁ ସବୁ କର୍ମୀ ଏକ ହୋଇ ଲାଗିବା ପାଇଁ ବିଧାୟକ କହିଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲାପରିଷଦ ଉପାଧକ୍ଷା ବିଳାସିନୀ ସେଠୀ, ଯୁବନେତା ଅସିତ ରାୟଚୌଧୁରୀ, ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନ, ଜିଲ୍ଲାପରିଷଦ ସଦସ୍ୟା ରୁନୁ ବର୍ମା, ପରଜଙ୍ଗ ବ୍ଲକ ବିଜେଡି ସଭାପତି କୃଷ୍ଣଚନ୍ଦ୍ର ମହାନ୍ତି, ଯୁବ ସଭାପତି ସୁବ୍ରତ ଦାସ, ଛାତ୍ର ସଭାପତି ପ୍ରୀୟଜିତ୍ ସାମଲ, ଜିଲ୍ଲା ଉପସଭାପତି ଗୌତମ ପାଣି, ଶ୍ରମିକ ନେତା ଦିଲ୍ଲୀପ ବର୍ମା, ଜମ୍ବେଶ୍ଵର ବର୍ମା, ସର୍ବେଶ୍ଵର ବିଶ୍ଵାଳ, ସରପଞ୍ଚ ବଳରାମ ସାହୁ, ସତ୍ୟଜିତ ନାୟକ, ବିଜେଡି ଜିଲ୍ଲା ସମ୍ପାଦକ ନିର୍ମଳ ବାରିକ, ବିଜୁ ଯୁବ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ ବେହେରା ଓ ନିର୍ବାଚନ ମଣ୍ଡଳୀର ବହୁ ପୁରୁଷ ଓ ମହିଳା ବିଜେଡି କାର୍ଯ୍ୟକର୍ତ୍ତା ଏହି ସମାବେଶରେ ଯୋଗ ଦେଇଥିଲେ ।

ସୂଚନା ଥାଉକି, ପାଣିପଞ୍ଚାୟତ ଠାରେ ଗାନ୍ଧୀ ଜୟନ୍ତୀ ସଭାକାର୍ଯ୍ୟ ସରିବା ପରେ ମାନ୍ୟବର ବିଧାୟକ ଡାକ୍ତର ସାହୁଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ପାଣିପଞ୍ଚାୟତ ଠାରୁ ବାହାରି ହାଇସ୍କୁଲ ଛକ ପର୍ଯ୍ୟନ୍ତ ଚାଲି ଚାଲି ଜନ ସଂପର୍କ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଜନ ସମ୍ପର୍କ ପଦଯାତ୍ରା ଅକ୍ଟୋବର 2ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର 11ତାରିଖ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ମାନ୍ୟବର ବିଧାୟକ କହିଛନ୍ତି ।


ସେୟାର କରନ୍ତୁ