ଭାଜପାର ଜନଆକ୍ରୋଶ କାର୍ଯ୍ୟକ୍ରମ, ପରଜଙ୍ଗ ବ୍ଲକ ଘେରାଉ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ରାଜ୍ୟ ଭାଜପାର ନିର୍ଦ୍ଦେଶରେ ପରଜଙ୍ଗ ଭାଜପା ପକ୍ଷରୁ ଶୁକ୍ରବାର ଜନଆକ୍ରୋଶ କାର୍ଯ୍ୟକ୍ରମ ପରିପ୍ରେକ୍ଷିରେ ପରଜଙ୍ଗ ବ୍ଲକ ଘେରାଉ କରାଯାଇଥିଲା । ଭାଜପା କର୍ମୀମାନେ ପରଜଙ୍ଗ ମହେଶ ଚନ୍ଦ୍ର ସୁବାହୁ ସିଂ ଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ସହର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ଘେରାଉ କରି ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଆବାସ ଏମଜିଏନଆରଇଜିଏ, ପାଇଖାନା, ପାନୀୟ ଜଳ, ରାଶନ ଭତ୍ତା ପାଇଁ ରାଜ୍ୟର ଗରିବ ଲୋକଙ୍କ ଉଦ୍ଦେଶ୍ୟରେ ଆସୁଥିବା ଅର୍ଥ ସଠିକ ଭାବରେ ବିନିଯୋଗ ହେଉନାହିଁ । କେନ୍ଦ୍ର ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ପ୍ରତ୍ୟକ ପଞ୍ଚାୟତକୁ ସରକାର ସିଧା ସଳଖ ଟଙ୍କା ପଠାଇଛନ୍ତି । ହେଲେ ମନ୍ଦ ଉଦେଶ୍ୟ ରଖି ଓ ଅନୈତିକ ଭାବେ ବିଜେଡି ନେତାଙ୍କୁ ପୋଷିବା ପାଇଁ ରାଜ୍ୟ ସରକାର ଚଞ୍ଚକତା କରି ଏହି ଟଙ୍କାକୁ ହଡପ କରୁଛନ୍ତି ।

ଏହା ବ୍ୟତିତ ଅତିତରେ” ଆମ ଗାଁ ଆମ ବିକାଶ” ଏବଂ ବର୍ତ୍ତମାନ ” ଆମ ଓଡିଶା ନବୀନ ଓଡିଶା” ଯୋଜନା ନାମରେ ହଜାର ହଜାର କୋଟି ଟଙ୍କା ହଡପ କରୁଛନ୍ତି । ଆମ ଓଡ଼ିଶା ଓ ନବୀନ ଓଡିଶା ମାଧ୍ୟମରେ ପ୍ରତି ପଞ୍ଚାୟତକୁ ବେନିୟମ ଭାବେ ବିନା ପଲ୍ଲୀ ସଭା ଓ ଗ୍ରାମ ସଭା କରାନଯାଇ ଦଳୀୟ କର୍ମୀଙ୍କୁ ସୁହାଇଲା ଭଳି ପ୍ରକଳ୍ପକୁ ତୀବ୍ର ବିରୋଧ କରାଯାଇଥିଲା ।

ବ୍ଲକ କାର୍ଯ୍ୟାଳୟ ପିସି ସଂଗ୍ରହ କେନ୍ଦ୍ର ପାଲଟିଛି । ଦୁର୍ନିତୀର ପରିମାଣ ଏତେ ବ୍ୟାପକ ହୋଇ ସାରିଛି ଯେ ଓଡିଶା ବିକାଶ ପଥରେ ନୁହେଁ ବରଂ ବିନାଶ ପଥର ଅଗ୍ରସର ହେଉଛି ବୋଲି କହିଥିଲେ । ତେଣୁ ରାଜ୍ୟରେ ଚାଲୁଥିବା ଦୁର୍ନୀତି ବିରୁଦ୍ଧରେ ଏହି ଆନ୍ଦୋଳନ କରିଛି ବୋଲି ଭାଜପା ନେତା ମାନେ କହିଥିଲେ ।

ଆଜିର କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନଙ୍କ ନେତୃତ୍ବରେ ପୂର୍ବତନ ରାଜ୍ୟ ସଭା ସାଂସଦ ରୁଦ୍ର ନାରାୟଣ ପାଣି, ପୂର୍ବତନ ବ୍ଲକ ଅଧଃକ୍ଷ୍ୟ ଦୁର୍ଗା ପ୍ରସାଦ ସାହୁ, ପୂର୍ବତନ ବ୍ଲକ ଅଧଃକ୍ଷ୍ୟ ଅନ୍ତର୍ଯ୍ୟାମୀ ସାହୁ, ରାଜ୍ୟ ଯୁବ ମୁର୍ଚ୍ଛା ସାଧାରଣ ସମ୍ପାଦକ ଦୀପକ କୁମାର ଗୋଛାୟତ, ବିଜେପି ନେତା ପ୍ରମୋଦ ନନ୍ଦ, କୁଆଳୁ ମଣ୍ଡଳ ସଭାପତି ଦୟାନିଧି ସାହୁ, ପରଜଙ୍ଗ ମଣ୍ଡଳ ସଭାପତି ରମେଶ ସାହୁ, ସାଆନ୍ଦା ମଣ୍ଡଳ ସଭାପତି ପ୍ରଶାନ୍ତ ସାହୁ ସାହୁ, ବ୍ଲକ ଉପଧକ୍ଷା ଯଶସ୍ୱନି ରାଉତ, ସରପଞ୍ଚ ଅଜିତି ସାହୁ, ବିଜେନ୍ଦ୍ର ସାହୁ, ଯୁଗଳ କିଶୋର ସାହୁ, ଜ୍ୱସ୍ନାମୟୀ ବିଶ୍ୱାଳ, ଜୟନ୍ତୀ ଦାସ, ସସ୍ମିତା ସାହୁଙ୍କ ସମେତ 17 ପଞ୍ଚାୟତର ସମିତି ସରପଞ୍ଚଙ୍କ ସହ ତିନି ହଜାରରୁ ଉର୍ଦ୍ଧ କର୍ମୀ ଉପସ୍ଥିତ ଥିଲେ । ଶେଷରେ ବିଡ଼ିଓ ମନ୍ମଥ ନାୟକଙ୍କୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପରଜଙ୍ଗ ଭାଜପା ପକ୍ଷରୁ ପ୍ରଦାନ କରାଯାଇଥିଲା ।


ସେୟାର କରନ୍ତୁ