ଶ୍ରୀମନ୍ଦିର ନାଟମଣ୍ଡପର ହେବ ମରାମତି, ଏନଓସି ଦେଲା ଶ୍ରୀମନ୍ଦିର ପ୍ରଶାସନ

ରାଜ୍ୟ
ସେୟାର କରନ୍ତୁ

ପୁରୀ: ଆସନ୍ତା କାଲିଠାରୁ ନାଟମଣ୍ଡପର ମରାମତି ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନଓସି ଦିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସଙ୍କ ଗୁରୁବାର ସନ୍ଧ୍ୟାରେ ନାଟମଣ୍ଡପ ମରାମତି ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ।

ଏଏସଆଇ, ଟେକ୍ନିକାଲ୍ ଟିମ୍, ପରିଚାଳନା କମିଟିର ସଦସ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଗରୁଡସ୍ତମ୍ଭ ଠାରୁ କାମ ଆରମ୍ଭ ହେବ । ଏହି କାମ ସକାଳ 6ଟାରୁ ଆରମ୍ଭ ହୋଇ ରାତି 10ଟା ପର୍ଯ୍ୟନ୍ତ ଜାରି ରହିବ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସ କହିଛନ୍ତି ଯେ, ଚଳିତ ମାସ 24 ତାରିଖରେ ଏଏସଆଇର ବିଶେଷଜ୍ଞ ଦଳ ଅନୁଧ୍ୟାନ ରିପୋର୍ଟ ଦେବା ପରେ ସେହି ଅନୁସାରେ କାର୍ଯ୍ୟ କରାଯିବ। ତାସହିତ ନାଟମଣ୍ଡପର ଗରୁଡ଼ସ୍ତମ ପାଖ ବିମ୍ ସହ ସମସ୍ତ ପକେଟର ମରାମତି କରାଯିବ ବୋଲି ନିଷ୍ପତ୍ତି ହୋଇଛି। କାର୍ତ୍ତିକ ମାସ ପରେ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ଏଏସଆଇକୁ ସଂପୂର୍ଣ୍ଣ ଛଅଘଣ୍ଟା ମରାମତି ପାଇଁ ଦିଆଯିବ। ମରାମତି କାମ 120ଦିନ ମଧ୍ୟରେ ଶେଷ କରାଯିବ ।

ଶ୍ରୀମନ୍ଦିରରେ ନୀତି ଅଧିକ ରହିଥିବାରୁ ଏଏସ୍‌ଆଇ କ’ଣ କାର୍ଯ୍ୟ କରିବ ତାହା ପ୍ରତିଦିନ ଦିନକ ଆଗରୁ କମାଣ୍ଡରଙ୍କୁ ଅବଗତ କରାଇବ । ଆଉ ଏହି କାର୍ଯ୍ୟ ସମୟରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ କାର୍ଯ୍ୟରେ ଯେଭଳି ବାଧାସୃଷ୍ଟି ନହୁଏ ସେନେଇ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ପୁରୀ ଏସପିଙ୍କ ସହ ଶ୍ରୀମନ୍ଦିର ପରିଚାଳନା କମିଟି ଆଲୋଚନା କରିଛି ।


ସେୟାର କରନ୍ତୁ