ରାଜ୍ୟରେ 11ରୁ କମିବ କାଳବୈଶାଖୀ ପ୍ରଭାବ

Truthink
ସେୟାର କରନ୍ତୁ

ଭୁବନେଶ୍ବର : ରାଜ୍ୟରେ 11 ତାରିଖରୁ କାଳ‌ବୈଶାଖୀର ପ୍ରଭାବ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । କାଳବୈଶାଖୀ ପ୍ରଭାବରେ ମୟୂରଭଞ୍ଜ, ବାଲେଶ୍ବର, କନ୍ଧମାଳ, ରାୟଗଡ଼ା, ବୌଦ୍ଧ ଓ କଳାହାଣ୍ଡି ଆଦି ଜିଲ୍ଲାରେ ଶନିବାର ଦିନ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି । ଆସନ୍ତା 2 ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ଏହିଭଳି ବର୍ଷା ହେବ ।

ଆସନ୍ତା 3 ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । 3ରୁ 4 ଦିନ ପରେ ରାଜ୍ୟର ଦିନ ତାପମାତ୍ରା 2ରୁ 3 ଡିଗ୍ରି ଯାଏ ବଢିବ । ଅର୍ଥାତ ପଣାସଂକ୍ରାନ୍ତି ସୁଦ୍ଧା ରାଜ୍ୟର ତାପମାତ୍ରା 40 ଡିଗ୍ରି ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।


ସେୟାର କରନ୍ତୁ