ଲଞ୍ଚ ହେଲା ଆପୁଲର ଡଲବି ସ୍ପିକର,ରହିଛି ଆକର୍ଷଣୀୟ ଫିଚର

Truthink
ସେୟାର କରନ୍ତୁ

ଆପଲ ଶେଷରେ ନିଜ ସ୍ମାର୍ଟ ସ୍ପିକର ‘ ଆପଲ ହୋମପ୍ୟାଡ଼’ କୁ ଭାରତୀୟ ବଜାରରେ ଲଞ୍ଚ କରିଛି । 2017 ମସିହାରେ ଏହି ସ୍ପିକର କୁ ଅନ୍ତର୍ଜାତୀୟ ବଜାରରେ ଉପଲବ୍ଧ କରାଇଥିଲା । କମ୍ପାନୀ ପ୍ରଥମରୁ ଏ ସମ୍ପର୍କରେ କିଛି କହିନଥିଲେ ମଧ୍ୟ ନିଜର ଅଫିସିଆଲ ୱେବସାଇଟ ରେ ଏହି ସ୍ପିକର ଉପଲବ୍ଧ ହେଉଛି । ଏହି ସ୍ପିକର ରେ ଉନ୍ନତ ମାନର ଫିଚର୍ସ ଓ ସାଉଣ୍ଡ ସେଟିଂ ଅଛି ।  ଆସନ୍ତୁ ଜାଣିବା କଣ ରହିଛି ଏହାର ଫିଚର୍ସ ।

କଣ ରହିବ ଫିଚର୍ସ:

ସୂଚନାଯୋଗ୍ୟ ଯେ ଏହି ସ୍ମାର୍ଟ ସ୍ପିକର ପ୍ରଥମରୁ ଏହା ଅନ୍ତଜାତୀୟ ବଜାରରେ ଲଞ୍ଚ କରିସାରିଛି । ଯାହାକୁ ଲୋକମାନେ ବେସ ପସନ୍ଦ କରିଛନ୍ତି । ଏହି ସ୍ପିକର ର ଲମ୍ବ 9 ଇଞ୍ଚ କୁହାଯାଉଛି । ଏହି ସ୍ପିକର ରେ ଗ୍ରାହକଙ୍କୁ 6 ମାଇକ୍ରୋଫୋନ ର ସପୋର୍ଟ ମିଳିବ, ଯାହାଦ୍ୱାରା ୟୁଜର କମାଣ୍ଡ ଦେଇପାରିବେ । ଭଲ ସାଉଣ୍ଡ ପାଇଁ ଏଥିରେ ଆପଲ ହୁପର ସହ ଡିପ ବାସ ମଧ୍ୟ ଦିଆଯାଇଛି । ଆପଲ ର ଏହି ସ୍ମାର୍ଟ ସ୍ପିକର ରେ ଏ8 ଚିପ ମଧ୍ୟ ମିଳିବ । ଧଳା ଓ ଧୂସର ରଙ୍ଗ ଦିଆଯାଇଛି ।

କଣ ରହିବ ଦାମ :

ଭାରତରେ ଏହି ଆପଲ ଗେଜେଟ ର ମୂଲ୍ୟ 19,900 ରହିଛି । ଭାରତ କୁ ଛାଡିଦେଲେ ଏହି ସ୍ପିକର ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଚୀନ, ହଂକଂ, ଜାପାନ ଓ ତାଇୱାନ ରେ ମଧ୍ୟ ଉପଲବ୍ଧ ହେଉଛି । ଏହି ସ୍ପିକର ରେ ଭାରତୀୟ ଇଂରାଜୀ ଭଏସ ସପୋର୍ଟ ଦିଆଯାଇଛି ।


ସେୟାର କରନ୍ତୁ