ଆଜି ଲଞ୍ଚ ହେଲା Redmi Note9 pro, ରହିଛି ଦମଦାର ଫିଚର

Truthink
ସେୟାର କରନ୍ତୁ

ରେଡମୀ ନୋଟ୍ ୯ ସିରିଜ୍ ର ନୂତନ ସ୍ମାର୍ଟଫୋନ୍ ରେଡମୀ ନୋଟ୍ ୯ ପ୍ରୋ ଭାରତରେ ଲଞ୍ଚ ହୋଇଯାଇଛି । ୪ଜିବି ର୍ୟାମ୍ ଏବଂ ୬୪ ଜିବି ଷ୍ଟୋରେଜ୍ ଭ୍ୟାରିଏଣ୍ଟର ଦାମ୍ ୧୨,୯୯୯ ରହିଛି । ସେହିପରି ୪ଜି ର୍ୟାମ୍ ଏବଂ ୧୨୮ ଜିବି ଷ୍ଟୋରେଜ ବିଶିଷ୍ଟ ଭ୍ୟାରିଏଣ୍ଟର ଦାମ୍ ୧୫,୯୯୯ ଟଙ୍କା ରହିଛି । ମାର୍ଚ୍ଚ ୧୭ ରୁ ଏହି ଫୋନ୍ ର ବିକ୍ରି ଆରମ୍ଭ ହେବ । ଏହାକୁ ଆପଣ ଏମଆଇ.କମ୍ ବ୍ୟତିତ ଆମାଜନ୍ ରୁ ବି କିଣି ପାରିବେ । ଏହାବ୍ୟତିତ ରେଡମି ନୋଟ ୯ ପ୍ରୋ ମ୍ୟାକ୍ସ ବି ଲଞ୍ଚ କରାଯାଇଛି । ୬ଜିବି ର୍ୟାମ ଏବଂ ୬୪ ଜିବି ଷ୍ଟୋରେଜ୍ ବିଶିଷ୍ଟ ।
ଭ୍ୟାରିଏଣ୍ଟର ଦାମ୍ ୧୬,୯୯୯ ଟଙ୍କା ରହିଥିବା ବେଳେ ୬ଜିବି ର୍ୟାମ୍ ଏବଂ ୧୨୮ ଜିବି ଷ୍ଟୋରେଜ୍ ଭ୍ୟାରିଏଣ୍ଟର ଦାମ୍ ୧୮,୯୯୯ ଟଙ୍କା ରହିଛି । ମାର୍ଚ୍ଚ ୨୫ ରୁ ଏହି ଫୋନ୍ ର ବିକ୍ରି ଆରମ୍ଭ ହେବ ।
ରେଡମୀ ନୋଟ୍ ୯ ପ୍ରୋ ରେ କ୍ୱାଲକମ୍ ସ୍ନାପଡ୍ରାଗନ ୭୨୦ ଜି ପ୍ରୋସେସର ସହିତ ୪୮ ଏମପି ୱାଇଡ,୮ ଏମପି ଅଲ୍ଟ୍ରା ୱାଇଡ, ୫ ଏମପି ମ୍ୟାକ୍ରୋ ଏବଂ ୨ଏମପି ଡେପ୍ଥ କ୍ୟାମେରା ଦିଆଯାଇଛି ।
ସେହିପରି ରେଡମୀ ନୋଟ୍ ୯ ପ୍ରୋ ମ୍ୟାକ୍ସରେ ୬.୬୭ ଡିସପ୍ଲେ ରହିଛି । ଏଥିରେ ୩.୫ର ଏମଏମ ହେଡଫୋନ୍ ଜ୍ୟାକ୍, ଇଂଫ୍ରାରେଡ ଓମିଟର ସାଙ୍ଗକୁ ଫିଙ୍ଗରପ୍ରିଣ୍ଟ ସେଂସର ଭଳି ଫିଚର୍ସ ରହିଛି ।


ସେୟାର କରନ୍ତୁ