ଏଥନିକ ଲୁକରେ ନ୍ୟାସାଙ୍କ ଫଟୋ ଭାଇରଲ, କାଜୋଲ ଲେଖିଲେ ଖୁବ ସୁନ୍ଦର ମେସେଜ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଷ୍ଟାର ଅଜୟ ଦେବଗନ୍ ଏବଂ କାଜୋଲଙ୍କ ଝିଅ ନ୍ୟାସା ଦେବଗନ୍ ଅନେକ ଥର ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି । କିନ୍ତୁ ଏପରି ମନେ ହେଉଛି ଯେ କାଜୋଲ୍ ଧୀରେ ଧୀରେ ତାଙ୍କୁ ବଲିଉଡରେ ଲଞ୍ଚ କରିବା ପାଇଁ ପ୍ରସ୍ତୁତ କରାଉଛନ୍ତି । କାଜୋଲ୍ ଏବେ ଅଧିକାଂଶ ସମୟରେ ତାଙ୍କ ଝିଅଙ୍କ ଫଟୋ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ କରୁଛନ୍ତି ଏବଂ ଯେଉଁ ତାଜା ଫଟୋ ସେ ସେୟାର କରିଛନ୍ତି ତାହା ଫ୍ୟାନମାନେ ଖୁବ୍ ପସନ୍ଦ କରିଛନ୍ତି ।

ଫଟୋରେ ନ୍ୟାସା ଏଥନିକ୍ ଲୁକରେ ନଜର ଆସିଛନ୍ତି । ସେ ଗୋଲ୍ଡେନ୍ କଲରର ଲେହେଙ୍ଗା ପିନ୍ଧିଛନ୍ତି ଯେଉଁଥିରେ ହାଲକା ଏମ୍ବୋଡରୀ କରାଯାଇଛି । ନେଚ୍ୟୁରାଲ ମାହୋଲର କ୍ଲିକ କରାଯାଇଥିବା ନ୍ୟାସାଙ୍କ ଏହି ଫଟୋଟି ବହୁତ ସୁନ୍ଦର ହୋଇଛି । ଫଟୋରେ ନ୍ୟାସା ଖୋଲାକେଶରେ ହସିକରି ନଜର ଆସିଛନ୍ତି । ତାଙ୍କ ଇୟରରିଙ୍ଗ୍ ମଧ୍ୟ ବହୁତ ସୁନ୍ଦର ହୋଇଛି ଏବଂ ନ୍ୟୁଡ ମେକଅପରେ ତାଙ୍କ ଫଟୋକୁ ଲୋକେ ବହୁତ ପ୍ରଶଂସା କରିଛନ୍ତି ।

ଏହି ଫଟୋଟିକୁ ପ୍ରାୟ ଘଣ୍ଟାଏରେ ଦେଢ଼ ଲକ୍ଷରୁ ଅଧିକ ଥର ଲାଇକ୍ ଏବଂ ସେୟାର କରାଯାଇସାରିଛି। ଫଟୋର କ୍ୟାପ୍ସନରେ ଲେଖାଯାଇଛି- ଡରର ଯେଉଁ ମାହୋଲରେ ଆମେ ଏହି ଦିନ ମାନଙ୍କରେ ବଞ୍ଚିଛୁ ଏବେ ଆମକୁ ଜରୁରତ ଅଛି ଖୁସିର ଏକ ଗୋଲୀର । ମୋର ଏହି ଖୁସିର ଗୋଲୀ ବନିଥିବାରୁ ଧନ୍ୟବାଦ । କହିବାକି ଅଜୟ ଏବଂ କାଜୋଲ ତାଙ୍କର ଝିଅକୁ ନେଇକରି ସୋସିଆଲ ମିଡିଆରେ ଆସୁଥିବା ପ୍ରତିକ୍ରିୟା ଉପରେ ଚିଡି ଅଛନ୍ତି ।


ସେୟାର କରନ୍ତୁ