ଏକ ବର୍ଷରେ ଭଗତ ସିଂହକୁ ନେଇ ତିନୋଟି ଫିଲ୍ମ ରିଲିଜ ହୋଇଥିଲା ,ମାତ୍ର ଚାଲିଥିଲା ଗୋଟିଏ

ସିନେମା
ସେୟାର କରନ୍ତୁ

ମୁମ୍ବାଇ :ଭାରତର ସ୍ୱାଧୀନତା ସଂଗ୍ରାମରେ ସହିଦ ହୋଇଥିବା ବୀରପୁତ୍ରମାନଙ୍କ ଉପରେ ବଲିଓଡ଼ ଢେର ଫିଲ୍ମ ବନାଇଛି । 28 ସେପ୍ଟେମ୍ୱରରେ ଜନ୍ମ ନେଇଥିବା ସହିଦ ଭଗତ ସିଂହଙ୍କର ଜନ୍ମ ଦିନର ମୌକାରେ ଆମେ ସେହି ବର୍ଷକୁ ନେଇଯାଉଛୁ ,ଯେଉଁ ବର୍ଷ ବଲିଉଡ଼ରେ ତିନୋଟି ଫିଲ୍ମ ରିଲିଜ ହୋଇଥିଲା ।
ଆଜାଦିର ଲଢେ଼ଇରେ ସହିଦ ହୋଇଥିବା ବୀର ମାନଙ୍କ ଉପରେ ବଲିଓଡ଼ ବହୁ ଫିଲ୍ମ ବନାଇଛି । 23 ବର୍ଷ ବୟସରେ ସହିଦ ଭଗତ ସିଂହ ଲାହୋର ସେଣ୍ଟ୍ରାଲ ଜେଲରେ ନିଜର ପ୍ରାଣ ଦେଇ ଦେଇଥିଲେ ।
ସବୁଠାରୁ ପ୍ରଥମେ ଆମେ ଜାଣିବା ଯେଉଁଥିରେ ଅଜୟ ଦେବଗନ ସହିଦ ଭଗତ ସିଂହଙ୍କର ଭୂମିକା ନିଭାଇଥିଲେ ।ଏହି ଫିଲ୍ମ 7 ଜୁନ 2002ରେ ରିଲିଜ ହୋଇଥିଲା ।ଫିଲ୍ମର ନାମ ଥିଲା ଲିଜେଂଡ ଅଫ ଭଗତ ସିଂହ । ଫିଲ୍ମରେ ଅଜୟ ଦେବଗନ ସହିଦ ଭଗତ ସିଂହଙ୍କର ଭୂମିକାରେ ଖୁବ ପସନ୍ଦ ଆସିଥିଲେ । ଏହି ଫିଲ୍ମ ପାଇଁ ଅଜୟ ଦେବଗନ ନେସନାଲ ଆୱାର୍ଡ ପାଇଥିଲେ ।
ଏହି ବର୍ଷ ରିଲିଜ ହୋଇଥିଲା ଫିଲ୍ମ ସହିଦ -ଏ -ଆଜମ ।ଏହି ଫିଲ୍ମରେ ଭଗତ ସିଂହଙ୍କର ରୋଲରେ ଥିଲେ ଆକ୍ଟର ସୋନୁ ସୋଦ । ଏହି ଫିଲ୍ମରେ ସମା ସିକନ୍ଦର ମୁଖ୍ୟ ଭୂମିକାରେ ଥିଲେ ।ଫିଲ୍ମର ନିର୍ଦେଶକ ସୁକୁମାର ନାୟର ଥିଲେ ।ଏହି ଫିଲ୍ମ ବକ୍ସ ଅଫିସରେ ସେମିତି କିଛି କମାଲ କରି ପାରି ନ ଥିଲା ।
ଅଜୟ ଦେବଗନଙ୍କର ଫିଲ୍ମ ସାଥିରେ ଆଉ ଗୋଟିଏ ଫିଲ୍ମ ହୋଇଥିଲା ,ସେଥିରେ ବବି ଦେଓଲ ଭଗତ ସିଂହଙ୍କର ଭୂମିକାରେ ଥିଲେ ।ଏହି ଫିଲ୍ମ ଥିଲା ’23 ମାର୍ଚ୍ଚ 1931: ସହିଦ’ ।ଏହାର ନିର୍ଦେଶକ ଥିଲେ ଗୁଡ୍ଡୁ ଧନୋଆ ।ଏହି ଫିଲ୍ମରେ ବବିଙ୍କ ସାଥିରେ ତାଙ୍କ ଭାଇ ସନି ଦେଓଲ ମଧ୍ୟ ନଜର ଆସିଥିଲେ । ସନି ଦେଓଲ ଚନ୍ଦ୍ରଶେଖର ଆଜାଦଙ୍କର ଭୂମିକାରେ ଥିଲେ ।ଏହି ଫିଲ୍ମ ମଧ୍ୟ ଅଜୟ ଦେବଗନଙ୍କ ଫିଲ୍ମକୁ ଟକର ଦେଇପାରି ନ ଥିଲା ।


ସେୟାର କରନ୍ତୁ