ହାଇ ହିଲ ପିନ୍ଧୁଥିଲେ ପଡିପାରନ୍ତି ଏହି ଅସୁବିଧାରେ

Truthink
ସେୟାର କରନ୍ତୁ

ଉଚ୍ଚ ଗୋଇଠି ଯୁକ୍ତ ଜୋତା ବା ହାଈ ହିଲ ପିନ୍ଧିବା ଆଜିକାଲି ଅଧିକାଂଶ ଯୁବତୀ ଓ ମହିଳାଙ୍କ ବିଶେଷ ପସନ୍ଦ । ବିଶେଷ କରି କର୍ମଯିବି ମହିଳାଙ୍କ କ୍ଷତ୍ରରେ ଏହା ଅଧିକ ଦେଖାଏ । 
ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ହାଇ ହିଲ ଜୋତାର ବ୍ୟବହାର ବିଭିନ୍ନ ଶାରୀରିକ ସମସ୍ୟା ସୃଷ୍ଟିର କାରଣ ଏବଂ ଏଥିପ୍ରତି ସତର୍କତା ଜରୁରୀ । ହାଇ ହିଲ ଜୋତା ପିନ୍ଧିଲେ ସାମାନ୍ୟ ଆଗକୁ ଝୁଙ୍କି ଚାଲିବାକୁ ପଡେ ।
ଯାହା ଫଳରେ ଶାରୀରିକ ସନ୍ତୁଳନ ଠିକ ରହେ ନାହିଁ । ଶରୀରର ଅଙ୍ଗଭଙ୍ଗୀ ବଙ୍କା ହୋଇଯାଏ । ଶରୀରର ବିଭିନ୍ନ ଗଣ୍ଠି ଉପରେ ଚାପ ପଡେ । ଗୋଇଠି, ଆଣ୍ଠୁ, ଅଣ୍ଟା ଓ ବେକ ଆଦି ଯନ୍ତ୍ରଣା ହୋଇଥାଏ । ଏହାବ୍ୟତୀତ  ତଳି ପେଟରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୁଏ । ଫଳରେ ପେଟ ବ୍ୟଥା ଯନ୍ତ୍ରଣା ଦେଖାଯାଏ ।


ସେୟାର କରନ୍ତୁ