ଆଖୁରସର ଫାଇଦା

Truthink
ସେୟାର କରନ୍ତୁ

ଆଖୁରେ ପ୍ରଚୁର ପରିମାଣର ଭିଟାମିନ୍ସ ଏବଂ ମିନେରାଲ୍ସ ରହିଛି, ଯାହା ଶରୀର ପାଇଁ ଖୁବ୍ ଉପଯୋଗୀ । ଆଖୁ ରସରୁ ଫସଫରସ, ପୋଟାସିୟମ, କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ଅଧିକ ମାତ୍ରାରେ ମିଳିଥାଏ । ଏହାଦ୍ୱାରା ଥଣ୍ଡା ଜନିତ ସମସ୍ୟା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆଖୁ ରସର ଅନ୍ୟ ଫାଇଦା ବିଷୟରେ

– କିଛି ଲୋକ ଅଛନ୍ତି ଯେଉଁମାନେ ଖୁବ୍ କମ୍ ପାଣି ପିଇଥାନ୍ତି, ଯେଉଁଥି ପାଇଁ ଡିହାଇଡ୍ରେସନ ହୋଇଥାଏ । ଶରୀରରେ ପାଣିର ଅଭାବକୁ ଦୂର କରିବା ପାଇଁ ଆଖୁ ରସ ପିଇବା ନିହାତି ଆବଶ୍ୟକ । ଏହାସହିତ ଖରାଦିନେ ଶରୀରକୁ ଥଣ୍ଡା ରଖିବାରେ ଆଖୁ ରସ ସହାୟକ ହୋଇଥାଏ ।
– ଆଖୁ ରସରେ ଅଦା ରସ ଏବଂ ପଇଡ ପାଣି ମିଶାଇ ପିଇବା ଦ୍ୱାରା ପାଚନ କ୍ରିୟା ସଠିକ୍ ହୋଇଥାଏ ।
– ଆଖୁ ରସ ଦ୍ୱାରା ଛାତି ଜଳା ପୋଡା ଏବଂ ଦୁର୍ବଳତା ଦୂର ହୋଇଥାଏ ।
– ଜ୍ୱର ସମୟରେ ଆଖୁ ରସ ସେବନ କରିବା ଦ୍ୱାରା ଜ୍ୱର ବହୁତ ଶୀଘ୍ର ଭଲ ହୋଇଯାଇଥାଏ ।
– ଆଖୁ ରସରେ ଅଧିକ ବରଫ ପକାଇ ସେବନ କରିବା ଉଚିତ୍ ନୁହେଁ । ଏହାଦ୍ୱାରା ଅନେକ ପ୍ରକାରର ରୋଗ ହୋଇଥାଏ । ଯେପରିକି ଏନିମିଆ, ଜଣ୍ଡିସ୍ ଆଦି ।
– ଜଣ୍ଡିସ୍ ଭଲ କରିବା ପାଇଁ ନିୟମିତ ଦୁଇ ଗ୍ଲାସ ଆଖୁ ରସରେ ଲେମ୍ବୁ ଏବଂ ଲୁଣ ମିଶାଇ ପିଇବା ଉଚିତ୍ ।
– ଏସିଡିଟି ପାଇଁ ଯଦି ଛାତି ଜଳା ପୋଡା ହେଉଛି ତେବେ ସେଥିପାଇଁ ଆଖୁ ରସ ସେବନ କରନ୍ତୁ । ଏହା ଲାଭଦାୟକ ହୋଇଥାଏ ।
– ମୁତ୍ରାଶୟ ସଂକ୍ରମଣ ପାଇଁ ଆଖୁ ରସ ଉପକାରୀ ହୋଇଥାଏ ।


ସେୟାର କରନ୍ତୁ