ଆସିଗଲା Royal Enfieldର କ୍ଲାସିକ BS-6ମଡେଲ, ଦାମ ରହିଛି ଏତିକି

Truthink
ସେୟାର କରନ୍ତୁ

ଦମଦାର୍ ଏବଂ ଚର୍ଚ୍ଚିତ ମୋଟରସାଇକେଲ କମ୍ପାନୀ ରୟାଲ ଏନଫିଲ୍ଡ ତାର ବିଏସ୬ କ୍ଲାସିକ ୩୫୦ ବାଇକ ସିଙ୍ଗଲ ଚ୍ୟାନେଲ ଏବିଏମ(ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ) ଲଞ୍ଚ କରିଛି । ଏହି ବାଇକ୍ କୁ ୧.୫୭ ଲକ୍ଷ ଟଙ୍କାରେ ଲଞ୍ଚ କରାଯାଇଛି । ଏହି ବିଏସ୬ ଇଞ୍ଜିନ୍ ଯୁକ୍ତ ମଡେଲ ବିଏସ୪ ଇଞ୍ଜିନ୍ ଯୁକ୍ତ ମଡେଲ ତୁଳନାରେ ୧୧ ହଜାର ଟଙ୍କା ମହଙ୍ଗା ।
କମ୍ପାନୀ ପକ୍ଷରୁ କୁହାଯାଇଛି କି ଇଲୋକ୍ଟ୍ରନିକ ଫୁଏଲ ଇଂଜେକ୍ସନ ସିଷ୍ଟମ ଇଞ୍ଜିନ୍ ରେ ରିଫାଇନମେଣ୍ଟ, ଡ୍ରାଇବୋବିଲିଟି ଏବଂ ଥଣ୍ଡାରେ ଷ୍ଟାର୍ଟ କରିବାର କ୍ଷମତାରେ ସୁଧାର କରିବାରେ ସହାୟକ ହେବ । ସେହିପରି ଗାଡି ଭଲ ପ୍ରଦର୍ଶନ କରିବା ପାଇଁ ପାୱର ଏବଂ ଟର୍କ ଡେଲିଭରୀକୁ ଟ୍ୟୁନ୍ ଏବଂ ଅପ୍ଟିମାଇଜ୍ କରାଯାଇଛି । ଏହି ବାଇକ୍ ଏବେ ଏସ୍, ଚେଷ୍ଟନଟ ରେଡ, ରେଡଡିଚ୍ ରେଡ୍ ର ତିନୋଟି ନୂତନ ରଙ୍ଗରେ ବଜାରରେ ଉପଲବ୍ଧ ହେବ । ପୂର୍ବରୁ ଏହି ବାଇକ ବ୍ଲାକ ଏବଂ ସିଲଭର୍ ରଙ୍ଗର ଉପଲବ୍ଧ ଥିଲା ।


ସେୟାର କରନ୍ତୁ