ଭୃଷଙ୍ଗ ପତ୍ରର ଉପକାରୀ ଗୁଣ

Truthink
ସେୟାର କରନ୍ତୁ

ସାଧାରଣତଃ ଖାଦ୍ୟର ସ୍ୱାଦ ବଢ଼ାଇବା ତଥା ସୁଗନ୍ଧ ପାଇଁ ଭୃଷଙ୍ଗ ପତ୍ର ବ୍ୟବହାର କରାଯାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଭୃଷଙ୍ଗ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଭୃଷଙ୍ଗ ପତ୍ରରେ ଆଇରନ୍‌ ଓ ଫଲିକ୍‌ ଏସିଡ ପ୍ରଚୁର ପରିମାଣରେ ରହିଛି। ଏହା ଆମ ଶରୀରର ବହୁ ରୋଗକୁ ଭଲ କରିବାର କ୍ଷମତା ରଖିଛି।
ଆସନ୍ତୁ ଜାଣିବା ଦୈନନ୍ଦିନ ଜୀବନରେ ଭୃଷଙ୍ଗ ପତ୍ର ବ୍ୟବହାର କରି କିପରି ସୁସ୍ଥ ରହିବା

କୋଲେଷ୍ଟ୍ରୋଲ୍‌ କମ କରେ

ଭୃଷଙ୍ଗ ପତ୍ର ଶରୀରରେ କୋଲେଷ୍ଟ୍ରୋଲ୍‌ର ମାତ୍ରା କମ ରଖେ। ଏହାକୁ ଖାଇବା ଦ୍ୱାରା ଶରୀରରେ ଗୁଡ୍‌ କୋଲେଷ୍ଟ୍ରୋଲ୍‌ ଠିକ୍‌ ରହିଥାଏ, ଯାହା ହୃତପିଣ୍ଡକୁ ସୁସ୍ଥ ରଖିଥାଏ।
ଡାଇବେଟିସ୍‌ କଣ୍ଟ୍ରୋଲ କରେ

ଶରୀରରେ ବ୍ଲଡ ସୁଗାରର ମାତ୍ରା ଠିକ୍‌ ରଖିବା ପାଇଁ ନିୟମିତ ଭୃଷଙ୍ଗ ପତ୍ର ଖାଆନ୍ତୁ। ଏଥିରେ ତନ୍ତୁ ଜାତୀୟ ପୋଷଣ ଇନ୍‌ସୁଲିନ ଉପରେ ଭଲ ପ୍ରଭାବ ପକାଇଥାଏ। ଯାହାକି ଶରୀରରେ ବ୍ଲଡ ସୁଗାର କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ।

ଖଣ୍ଡିଆ ତଥା ଚର୍ମ ରୋଗ ଭଲ କରେ

ଶରୀରର କୌଣସି ସ୍ଥାନରେ ଖଣ୍ଡିଆ ଅଥବା ଚର୍ମ ରୋଗ ଦେଖାଦେଲେ ଭୃଷଙ୍ଗ ପତ୍ର ବ୍ୟବହାର କରିପାରିବେ। ଭୃଷଙ୍ଗ ପତ୍ରରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଫଙ୍ଗାଲ, ଆଣ୍ଟି ଅକ୍ସିଡାନ୍ଟ ପ୍ରଚୁର ରହିଛି। ତେଣୁ ଭୃଷଙ୍ଗ ପତ୍ରକୁ ବାଟି ସେହି ସ୍ଥାନରେ ଲଗାଇଲେ ଉପଶମ ମିଳେ।

ଲିଭର୍‌ ସୁସ୍ଥ ରଖେ

ଲିଭର୍‌ ଜନିତ ରୋଗରୁ ରକ୍ଷା କରେ ଭୃଷଙ୍ଗ ପତ୍ର। ଏଥିରେ ଥିବା ଭିଟାମିନ୍‌ ସି ଓ ଏ ଲିଭର୍‌କୁ ସିସ୍ଥ ରଖିବାରେ ସାହାଯ୍ୟ କରେ। କୋଷ୍ଠ କାଠିନ୍ୟ ହେଉଥିଲେ ଭୃଷଙ୍ଗ ପତ୍ର ନିଶ୍ଚୟ ଖାଆନ୍ତୁ।

ଆଖିକୁ ସୁସ୍ଥ ରଖେ

ଭୃଷଙ୍ଗ ପତ୍ରରେ ଥିବା ଭିଟାମିନ୍‌ ଏ ଓ କେରୋଟିନୋଏଡ୍ସ ଆଖିକୁ ସୁସ୍ଥ ରଖିବା ସହ ଦେଖିବା ଶକ୍ତି ବଢ଼ାଇଥାଏ।


ସେୟାର କରନ୍ତୁ