ରିଲିଜ ହେଲା ଫିଲ୍ମ ୮୩ର ପୋଷ୍ଟର,କପିଳଙ୍କ ଭୂମିକାରେ ନଜର ଆସିବେ ରଣବୀର ସିଂ

ସିନେମା
ସେୟାର କରନ୍ତୁ

ରିଲିଜ ହେଇଛି ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ୮୩ର ପୋଷ୍ଟର । ଏହି ଫିଲ୍ମ ୧୯୮୩ ମସିହାରେ ଭାରତୀୟ କ୍ରିକେଟ ଟିମ ପ୍ରଥମ ଥର ୱାର୍ଲଡ କପ ବିଜୟୀ ଉପରେ କାହାଣୀକୁ ନେଇ ନିର୍ମିତ କରାଯାଇଛି । ଏହା ସହ ଭାରତୀୟ ଦଳର ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଜୀବନ କାହାଣୀ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ । ତେବେ ଫିଲ୍ମର ପୋଷ୍ଟରକୁ ରଣବୀର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ସହ ଅନ୍ୟ କିଛି ଫୋଟ ସେୟାର କରିଛନ୍ତି ରଣବୀର ।

ଏହି ଫିଲ୍ମଟିକୁ କବୀର ଖାନ୍ ନିର୍ଦ୍ଦେଶନା ଦେଇଛନ୍ତି । ବାହାଘର ପରେ ରଣବୀର ଓ ଦୀପିକା ଏହି ଫିଲ୍ମରେ ଏକାଠି ନଜର ଆସିବେ । ରଣବୀର କପିଳ ଦେବଙ୍କ ଭୂମିକାରେ ନଜର ଆସୁଥିବା ବେଳେ କପିଳଙ୍କ ସ୍ତ୍ରୀ ରେମି ଭାଟିଆଙ୍କ ଭୂମିକାରେ ଦୀପିକା ନଜର ଆସିବେ । ଅନ୍ୟ ମାନଙ୍କ ମଧ୍ୟରେ ହାରଦି ସନ୍ଧୁ, ତହିର ଭସିନ୍, ଜୀଭା, ଅମି ଭୀକ୍, ପଙ୍କଜ ତ୍ରିପାଠି, ବମନ ଇରାନି ପ୍ରମୁଖ ନଜର ଆସିବେ । ଆସନ୍ତା ଏପ୍ରିଲ ମାସ ୧୦ ତାରିଖ ଦିନ ଏହି ଫିଲ୍ମ ରିଲିଜ ହେବ ।


ସେୟାର କରନ୍ତୁ