ଶସ୍ତା ହେଇଗଲା OnePlus 7 Pro ଜାଣିଲେ ଆପଣ ବି କିଣିବେ

Truthink
ସେୟାର କରନ୍ତୁ

OnePlus 7 Pro Smart Phone କୁ କିଣିବାର ଖାସ୍ ମଉକା । ଏହି ସ୍ମାର୍ଟଫୋନ୍ ଉପରେ କମ୍ପାନୀ ପକ୍ଷରୁ ସିଧାସଳଖ ୧୦ ହଜାର ଟଙ୍କା ରିହାତି କରାଯାଇଛି । ଏହି ନୂତନ ଦାମ୍ ସହିତ ଗ୍ରାହକ ଇ-କମର୍ସ ୱେବସାଇଟରୁ ଏହି ଫୋନକୁ କିଣି ପାରିବେ । ଏହି ଫୋନ୍ ପାଇଁ ଅନେକ ଅଫର୍ ଦିଆଯାଇଛି । ଏହାସହିତ ଏସବିଆଇ ର କ୍ରେଡିଟ୍ କାର୍ଡରେ ପେମେଣ୍ଟ କରିବା ଦ୍ୱାରା ୨ ହଜାର ଟଙ୍କା କ୍ୟାଶ ବ୍ୟାକ୍ ବି ମିଳିବ ।
ୱାନପ୍ଲସ ୭ପ୍ରୋ ଫୋନ୍ ର ୬ଜିବି ର୍ୟାମ ଏବଂ ୧୨୮ ଜିବି ଷ୍ଟୋରେଜ୍ ଭ୍ୟାରିଏଣ୍ଟର ମୂଲ୍ୟ ୪୮,୯୯୯ ଟଙ୍କା ରହିଛି, କିନ୍ତୁ ୯ ହଜାର ଟଙ୍କା ଫ୍ଲାଟ ଡିସକାଉଣ୍ଟ ପରେ ଏହି ଫୋନକୁ ୩୯,୯୯୯ ଟଙ୍କାରେ କିଣି ପାରିବେ ଗ୍ରାହକ । ସେହିପରି ୮ଜିବି ର୍ୟାମ ଏବଂ ୨୫୬ ଜିବି ଷ୍ଟୋରେଜ ଭ୍ୟାରିଏଣ୍ଟର ମୂଲ୍ୟ ୫୨,୯୯୯ ଟଙ୍କା, କିନ୍ତୁ ଏହା ଉପରେ ୧୦ ହଜାର ଟଙ୍କା ରିହାତି ପରେ ୪୨,୯୯୯ ଟଙ୍କାରେ କିଣି ପାରିବେ ଗ୍ରାହକ । ଏହି ଦୁଇଟି ଭ୍ୟାରିଏଣ୍ଟରେ ୧୧,୮୫୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର୍ ଏବଂ ଏସବିଆଇ ର କ୍ରେଡିଡ କାର୍ଡରେ ୨ ହଜାର ଟଙ୍କା କ୍ୟାସ ବ୍ୟାକ ମିଳିବ ।ୱାନପ୍ଲସ ୭ ପ୍ରୋରେ ୬.୬୭ଇଞ୍ଚର ଡିସପ୍ଲେ ରହିଛି । ଏଥିରେ ସ୍ନାପଡ୍ରାଗନ ୮୫୫ ଚିପସେଟ୍ ପ୍ରୟୋଗ କରାଯାଇଛି । ଏଥିରେ ଆପଣ ୨ଟି ସିମ୍ ବ୍ୟବହାର କରିପାରିବେ । ଏହାସହିତ ଏଥିରେ ୪୦୦୦ଏମଏଏଚ ର ବ୍ୟାଟେରୀ ରହିଛି । ଯାହା ୩୦ଡବ୍ଲ୍ୟୁ ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ କରୁଛି । ସେହିପରି ଫଟୋଗ୍ରାଫ୍ ପାଇଁ ଟ୍ରିପଲ ରିୟର କ୍ୟାମେରା ଦିଆଯାଇଛି । ଯେଉଁଥିରେ ପ୍ରଥମ କ୍ୟାମେରା ୪୮ ମେଗାପିକ୍ସଲ ବିଶିଷ୍ଟ, ଦ୍ୱିତୀୟ କ୍ୟାମେରା ୧୬ ମେଗାପିକ୍ସଲ ଏବଂ ତୃତୀୟ କ୍ୟାମେରା ୮ ମେଗାପିକ୍ସଲ । ସେହିପରି ଫ୍ରଣ୍ଟରେ ଏକ ୧୬ ମେଗାପିକ୍ସଲର ପପ୍-ଅପ୍ ସେଲ୍ଫି କ୍ୟାମେରା ଦିଆଯାଇଛି ।


ସେୟାର କରନ୍ତୁ