ସୁଜିକିର ନୂଆ ଭର୍ଷନ, ରହିଛି ଦମଦାର ଫିଚର ସାଙ୍ଗକୁ ଆକର୍ଷଣୀୟ ଦାମ

Truthink
ସେୟାର କରନ୍ତୁ

ମାରୁତି ସୁଜୁକି ଏହାର ଲୋକପ୍ରିୟ କାର ଅଲଟୋର ନୂଆ ଭର୍ସନକୁ ଲଞ୍ଚ କରିଛି | ଏହି କାରରେ ବିଏସ-୬ ଇଂଜିନ ଦିଆଯାଇଥିବା ବେଳେ କିଲୋଲିଟର  ପିଛା ଏହା ୩୧.୫୯ କିଲୋମିଟରର ମାଇଲେଜ ଦେବ | କମ୍ପାନୀ  ପକ୍ଷରୁ କୁହାଯାଇଛି ଯେ ଅଲଟୋର ଏହି ନୂଆ ମଡେଲରେ ଦୁଇଟି ଇଲେକ୍ଟ୍ରୋନିକ୍ସ କଣ୍ଟ୍ରୋଲ ୟୁନିଟ ସହ ଇଣ୍ଟେଲିଜେଣ୍ଟ ଇଞ୍ଜେକ୍ସନ ସିଷ୍ଟମ ଦିଆଯାଇଛି | ମାରୁତି ସୁଜୁକିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି ଯେ ଅଲଟୋ ବିଏସ-୬ ସିଏନଜି ଇଂଜିନରେ ପରିବେଶ ପ୍ରତି ଦୃଷ୍ଟି ଦିଆଯାଇଛି | ସିନଜି ଦ୍ୱାରା ପରିବେଶ ପ୍ରଦୂଷଣ ରୋକିହେବ ବୋଲି ଶଶାଙ୍କ କହିଛନ୍ତି | ଏହି କାରରେ ୭୯୬ ସିସିର ଇଂଜିନ ଦିଆଯାଇଥିବାବେଳେ ୫ ସ୍ପିଡ଼ ମାନୁଆଲ ଗିୟରବକ୍ସ ଦିଆଯାଇଛି | ସେହିପରି ଏହି କାରରେ ଦୁଇଟି ଏୟାରବ୍ୟାଗ ସହ ଏବିଏସ ଓ ସିଟ ବେଲ୍ଟ ରିମାଇଣ୍ଡର ଭଳି ବୈଶିଷ୍ଟ୍ୟ ରହିଛି | ଏହି କାରର ଏକ୍ସସୋରୁମ ମୂଲ୍ୟ ୪ ଲକ୍ଷ ୩୨ ଟଙ୍କାରୁ ୪ ଲକ୍ଷ ୩୬ ହଜାର ଟଙ୍କା ମଧ୍ୟରେ ରହିଛି | ଏଠାରେ ସୂଚନା ଥାଉ କି ଅଟୋମୋବାଇଲ ଶିଳ୍ପରେ ମାନ୍ଦାବସ୍ଥା ଦେଖାଦେଇଥିବାବେଳେ କାର ବିକ୍ରି ମଧ୍ୟ କମିଛି | ଯାହାକୁ ନଜରରେ ରଖି କମ୍ପାନୀମାନେ କମ ମୂଲ୍ୟରେ ଅଧିକ ବୈଶିଷ୍ଟ୍ୟ ଓ ଅଧିକ ମାଇଲେଜ ଦେଉଥିବା କାର ଦେବାକୁ ଚେଷ୍ଟା ଜାରି ରଖିଛନ୍ତି |


ସେୟାର କରନ୍ତୁ