ଖୁବଶୀଘ୍ର ଭାରତରେ ଲଞ୍ଚ ହେବ 5ଜି ମୋବାଇଲ, ତେବେ ଜାଣିରଖନ୍ତୁ କଣ ରହିଛି ଏହାର ଫିଚର

Truthink
ସେୟାର କରନ୍ତୁ

ଆସୁଛି ଭାରତର ପ୍ରଥମ ୫ଜି ମୋବାଇଲ୍ ଫୋନ, ହଁ ଆଜ୍ଞା ଆପଣ ଠିକ୍ ଶୁଣିଛନ୍ତି । ଏହା କିଛି ଦିନ ପରେ ଭାରତରେ ଆସିବାକୁ ଯାଉଛି । ତେବେ ଏହି ୫ଜି ଫୋନକୁ ଲଞ୍ଚ କରୁଥିବା ବ୍ରାଣ୍ଡହେଉଛି “ଆଇକ୍ୟୁ” । ଏହା ଭିଭୋ ମୋବାଇଲ୍ କମ୍ପାନୀର ସବ୍‌-ବ୍ରାଣ୍ଡ ।

ଏହି ଫୋନଟି ପ୍ରଥମେ ଜଣେ ଖେଳାଳୀଙ୍କ ହାତରେ ଧରିବାର ଦେଖାଯାଉଛି । ତେବେ ଏହି ଖେଳାଳି ପୂର୍ବରୁ ଭିଭୋ କମ୍ପାନୀର ଆର୍ଡ଼ରେ ମଧ୍ୟ ଦେଖାଯାଇଛନ୍ତି । ତେବେ ପୁଣି ଏହି ନୂଆ ମୋବାଇଲ ଫୋନ ଧରିବାର ଫଟେ। ଦେଖାଯାଉଛି । ତେବେ ଏଥିରୁ ଜାହା ଜଣାପଡ଼ୁଛି କମ୍ପାନୀ ବୋଧେ ତାହାର ପ୍ରଥମ ଟିଜର ମାର୍କେଟକୁ ଛାଡିସାରିଲାଣି । ଯାହା ଗ୍ରାହାକଙ୍କୁ ବେସ୍ ଆକର୍ଷିତ କରୁଛି ।
ଏହି ମୋବାଇଲ୍‌ରେ ସ୍ନାପଡ୍ରାଗନ ୮୬୫ ରହିଛି । ଏଥି ସହିତ ୬.୩୮ଇଞ୍ଚଡ଼ିସ୍‌ପ୍ଲେ, ୬/୮ଜିବି ର‌୍ୟାମ୍‌, ଷ୍ଟୋରେଜ୍ ୬୪ ଜିବି ଏବଂ ୧୨୮/୨୫୬ ଜିବି ଷ୍ଟୋରେଜ୍ ଡାଟା ମଡେଲ୍ ମଧ୍ୟ ରହିଛି । ପଛ କ୍ୟାମେରାରେ ୧୨ ମେଗାପିକ୍ସେଲ୍ ସହିତ ୮+୨ ମେଗାପିକ୍ସେଲ ଏବଂ ଆଗପଟ କ୍ୟାମେରାରେ ୧୬ ମୋଗାପିକ୍ସେଲ୍ ରହିଛି । ଏଥିରେ ୪୫୦୦ ଏମ୍‌ଏଏଚ୍ ବ୍ୟାଟେରୀ ସହିତ ୪୪ ୱାର୍ଟ ଫାର୍ଷ୍ଟ ଚାର୍ଜର ରହିଛି । ଫିଙ୍ଗର ପ୍ରିଣ୍ଟ୍ ଅଣ୍ଡର ଡ଼ିସ୍‌ପ୍ଲେ ରହିଥିବା ବେଳେ ପର୍ପଲ, ଅରୋରା ହ୍ୱାଇଟ୍ ଏବଂ ବ୍ଲାକ୍ କଲରରେ ମଧ୍ୟ ଉପଲବ୍ଧ ହେବ ।


ସେୟାର କରନ୍ତୁ