ଆଳତୁମା ରଜ ପଡିଆ ଠାରେ ବିଜୁ ଜନତା ଦଳ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ

ରାଜନୀତି ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : ଆଳତୁମା ରଜ ପଡିଆ ଠାରେ କାମାକ୍ଷାନଗର ବିଜେଡି ପକ୍ଷରୁ ବିଜୁ ଜନତା ଦଳର 25 ବର୍ଷ ପୂର୍ତ୍ତି ଅବସରରେ 26 ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମାନନୀୟା ମନ୍ତ୍ରୀ (ରାଜସ୍ବ ପ୍ରାକୃତିକ ଏବଂ ଵିପର୍ଯ୍ୟୟ ପରିଚାଳନା ବିଭାଗ) ଶ୍ରୀମତୀ ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ l ସେହିପରି ଏହି ଅବସରରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଏବଂ ମନ୍ତ୍ରୀ ତଥା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଫୁଲ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଏଥିସହ ଏନଏସି ଚେୟାରମ୍ୟାନ ଧର୍ମାନନ୍ଦ ପରିଡା ମଞ୍ଚ ପରିଚାଳନା କରୁଥିବା ଦେଖିବାକୁ ମିଳିଥିଲା l

ସେଇଭଳି ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଚେୟାରମ୍ୟାନଙ୍କ ସମେତ ବିଜୁ ଜନତା ଦଳର ପ୍ରତେକ ଜିଲ୍ଲା ପରିଷଦ ସଭ୍ୟମାନେ ମଞ୍ଚରେ ଉପସ୍ଥିତ ରହିଥିଲେ l ଏତଦ ବ୍ୟତୀତ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଅନ୍ୟାନ୍ୟ କାର୍ଯ୍ୟକର୍ତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଏଥିରେ ବିଶେଷ କରି ମହିଳା ମାନଙ୍କର ସଂଖ୍ୟା ଦେଖିବାକୁ ମିଳିଥିଲାବେଳେ ଖୁବ ଲୋକ ସମାବେଶ ଦେଖିବାକୁ ମିଳିଥିଲା l

ତେବେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଜନ କଲ୍ୟାଣ ଯୋଜନା ଉପରେ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ଆଲୋକ ପାତ କରିବା ସହ ବିଜୁ ଜନତା ଦଳ ଲୋକମାନଙ୍କ ସହ ସବୁବେଳେ ରହିଛି ଏବଂ ଏହା ଏକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି କହିଥିଲେ l ସେଇଭଳି ସାଂସଦ ମହେଶ ସାହୁ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ କଥା କହିଥିଲାବେଳେ କେନ୍ଦ୍ର ଉପରେ ବର୍ଷି ଥିଲେ l ଠିକ ସେଇଭଳି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ସରକାରଙ୍କ ଜନ କଲ୍ୟାଣ ଯୋଜନା ଉପରେ ଆଲୋକ ପାତ କରିଥିଲେ l


ସେୟାର କରନ୍ତୁ