ରାଜ୍ୟରେ 138 କରୋନା ରୋଗୀ ଚିହ୍ନଟ, ମୋଟ ସଂଖ୍ୟା 2994

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଅଛି । ଆଜି ପୁଣି 138ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 13 ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ 125 ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2994କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 33 ଜଣ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ 15 ଜଣ, ଖୋର୍ଦ୍ଧାରୁ 13 ଜଣ, ସୁନ୍ଦରଗଡରୁ 12 ଜଣ, ଭଦ୍ରକ-11 ଜଣ, କେନ୍ଦୁଝର ଓ କନ୍ଧମାଳରୁ 10 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀରୁ 7 ଜଣ, ମୟୂରଭଞ୍ଜ ଓ ଯାଜପୁରରୁ 6 ଜଣ ଲେଖାଏଁ ଏବଂ ନୟାଗଡ,ନୂଆପଡା, ଢେଙ୍କାନାଳରୁ 3 ଜଣ ଲେଖାଏଁ ଓ କଳାହାଣ୍ଡିରୁ 2 ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ରାୟଗଡ଼ା, ସମ୍ବଲପୁର, ବଲାଙ୍ଗିର, କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।


ସେୟାର କରନ୍ତୁ