Coronavirus: ଦେଶରେ 7 ହଜାରରୁ ବେଶୀ ଲୋକଙ୍କର ମୃତ୍ୟୁ, କେସ ବଢ଼ିବା ମାମଲାରେ ତୃତୀୟ ନମ୍ବରରେ ଭାରତ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ତେଜିରେ ବଢ଼ୁ ଅଛି । ସୋମବାର ସକାଳ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ ଏହି ମହାମାରୀରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 2 ଲକ୍ଷ 56 ହଜାର 611 ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି । ଏଥି ମଧ୍ୟରୁ 7,135 ଲୋକଙ୍କ ମୃତ୍ୟୁ ହୋଇଅଛି ଏବଂ ଏକ ଲକ୍ଷ 24 ହଜାର ଲୋକ ଠିକ ମଧ୍ୟ ହୋଇଛନ୍ତି । ଦେଶରେ ପୂର୍ବ 24 ଘଣ୍ଟା ଭିତରେ 9983 ନୂଆ କେସ ସାମ୍ନାକୁ ଆସିଅଛି 206 ଲୋକଙ୍କର ମୃତ୍ୟୁ ହୋଇଅଛି ।

କେସ ବଢିବା ମାମଲାରେ ଦୁନିଆରେ ତୃତୀୟ ନମ୍ବରରେ ଭାରତ
ଭାରତ ବଢିବା ମାମଲାରେ ଭାରତ ତୃତୀୟ ନମ୍ବରରେ ଅଛି । ରବିବାର ବ୍ରାଜିଲରେ 18,375 ଏବଂ ଆମେରିକାରେ 18,905 ନୂଆ ମାମଲା ଆସିଅଛି, ତେବେ ରୁଷରେ 8,984 ନୂଆ ମାମଲା ଆସିଅଛି । ଏହାର ସିଧା ମତଲବ ହେଉଛି କି ଗୋଟିଏ ଦିନରେ ନୂଆ ମାମଲା ବଢ଼ିବାରେ ଭାରତ ଦୁନିଆରେ ତୃତୀୟ ନମ୍ବରରେ ପହଞ୍ଚିଯାଇଛି । ଭାରତରେ ଆଜି 9983 ନୂଆ ମାମଲା ଆସିଅଛି । ତେବେ ଆମେରିକା, ବ୍ରାଜିଲ, ରୁଷ, ସ୍ପେନ, ବ୍ରିଟେନ ପରେ କରୋନା ମହାମାରୀରେ ସବୁଠାରୁ ବେଶୀ ପ୍ରଭାବିତ ଦେଶ ମାନଙ୍କ ଭିତରେ ଭାରତ ଷଷ୍ଟ ସ୍ଥାନରେ ପହଞ୍ଚିଯାଇଅଛି ।


ସେୟାର କରନ୍ତୁ