ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜ୍ୟ
ସେୟାର କରନ୍ତୁ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନ ଦୀର୍ଘ 11 ଦିନ ଧରି କୁମ୍ଭୀର ଗଣନା ଚାଲିଥିବାରୁ ବନ୍ଦ ରହିଥିଲା । ଆଜିଠାରୁ ଏହି ଉଦ୍ୟାନ ଖୋଲିଛି । ଗତ 4 ତାରିଖରୁ 14 ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କାର୍ଯ୍ୟ ଚାଲିଥିଲା । ଆଜି ସକାଳୁ ଭିତରକନିକା ଜାତୀୟ ଉଦ୍ୟାନରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହେଲାଣି । ଆଜି ସକାଳ 7ଟା ବେଳେ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି । ଏହାକୁ ନେଇ ପର୍ଯ୍ୟଟକଙ୍କ ମହଲରେ ଖୁସି ଦେଖିବାକୁ ମିଳିଛି ।

ଉଲ୍ଲେଖଯୋଗ୍ୟ, ବଉଳାକୁମ୍ଭୀରଙ୍କ ଭୂସ୍ବର୍ଗ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଛି । ଗତବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳଗୁଡିକରେ 1784 ଟି ବଉଳା କୁମ୍ଭୀର ଥିବାବେଳେ ଏ ବର୍ଷ ଏହି ସଂଖ୍ୟା 1793କୁ ବୃଦ୍ଧିପାଇଛି । ସେହିଭଳି, ସାତକୋଶିଆରେ ଚଳିତ ବର୍ଷ ବନ୍ୟପ୍ରାଣୀ ମୋଟ୍‌ 90ଟି କୁମ୍ଭୀର ରହିଛନ୍ତି ।


ସେୟାର କରନ୍ତୁ