ଭର୍ଚୁଆଲରେ ହେବ ଧବଳେଶ୍ୱରଙ୍କ ଦର୍ଶନ

ରାଜ୍ୟ
ସେୟାର କରନ୍ତୁ

ଆଠଗଡ଼ : ଗୁଜୁରାଟ ମୋର୍ବିରେ ଝୁଲାପୋଲ ଅଘଟଣ ଘଟିବା ପରେ ଚେତିଥିଲା ଜିଲ୍ଲା ପ୍ରଶାସନ । କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ଠାରେ ଥିବା ଝୁଲା ପୋଲର ଯାଞ୍ଚ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସୋମବାର ଦିନ ପ୍ରଶାସନ ପକ୍ଷରୁ ଝୁଲା ପୋଲ ଉପରେ ଯିବାଆସିବା ପାଇଁ କଟକଣା ଜାରି କରିଥିଲେ । ଏହା ପରେ ଧବଳେଶ୍ୱର ପୀଠରେ ଲାଗିଥିଲା 144 ଧାରା । ଏବେ ଧବଳେଶ୍ବର ପୀଠର ସ୍ଥିତି ନେଇ ସମୀକ୍ଷା କରିଛନ୍ତି କଟକ ଜିଲ୍ଲାପାଳ । ଭର୍ଚୁଆଲରେ ଧବଳେଶ୍ୱରଙ୍କ ଦର୍ଶନ କରିବେ ଭକ୍ତ । ଖାସ୍‌ ଏଥି ଲାଗି ହିଁ ଭକ୍ତଙ୍କ ପାଇଁ ହେବ ବଡ଼ ଏଲ୍‌ଇଡିର ଲାଇଟର ବ୍ୟବସ୍ଥା କରାଯିବ । ଧବଳେଶ୍ୱରୀ ପୀଠକୁ କୌଣସି ଭକ୍ତ ଯାଇପାରିବେନାହିଁ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କଟକଣା ଲାଗିଥିବା ସମୟରେ କେବଳ ବ୍ରାହ୍ମଣମାନେ ହିଁ ମନ୍ଦିର ଭିତରକୁ ଯାଇପାରିବେ ଏବଂ ଠାକୁରଙ୍କ ପୂଜାର୍ଚନା କରିବେ । ସମସ୍ତଙ୍କ ସହିତ ଆଲୋଚନା ପରେ ମେଳା ପାଇଁ ଜାଗା ଚିହ୍ନଟ କରାଯିବ । ସମସ୍ତ ପ୍ରସ୍ତୁତି ସହ ସେହି ଜାଗାରେ ମେଳା କରାଯିବ । ଧବେଶ୍ୱର ପୀଠରେ ସ୍ଥିତି ନେଇ ସମୀକ୍ଷା କରିଛନ୍ତି କଟକ ଜିଲ୍ଲାପାଳ ।


ସେୟାର କରନ୍ତୁ