ପୋଖରୀ ପାଣିରେ ବୁଡି ମହିଳା ମୃତ

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର: ଆଜି ସକାଳ ସମୟରେ ପୋଖରୀ ଭିତରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଘଟଣା ଦେଖିବାକୁ ମିଳିଅଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ପଦ୍ମ ପୋଖରୀ ଗ୍ରାମରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ସେହି ଗ୍ରାମର ରାଧା ଦେହୁରୀ ।

ସୂଚନା ମୁତାବକ, ସକାଳୁ ଉଠି ରାଧା ଘର ନିକଟରେ ଥିବା ପାଖ ପୋଖରୀକୁ ଶୌଚ ପାଇଁ ଯାଇଥିଲେ । ଅସାବଧାନତା କାରଣରୁ ସେ ବୁଡ଼ି ଯାଇଥିଲେ । ଦୀର୍ଘ ସମୟ ଅତିବାହିତ ହେବା ପରେ ରାଧା ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ସେହି ପୋଖରୀ ହୁଡାରେ ତାଙ୍କ ସ୍କାର୍ପ ଥିବା ଦେଖି ପୋଖରୀରେ ବୁଡ଼ିଯାଇଥିବା ସନ୍ଦେହ କରି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନଶମ ବାହିନୀ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତି କରିଥିଲେ । ଡାକ୍ତର ସେଠି ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।


ସେୟାର କରନ୍ତୁ