ପଦ୍ମପୁର ଉପନିର୍ବାଚନ: ସତ୍ୟ ଭୂଷଣ ସାହୁ ହେଲେ କଂଗ୍ରେସ ପ୍ରାର୍ଥୀ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଆଗକୁ ରହିଛି ପଦ୍ମପୁର ଉପନିର୍ବାଚନ । ସେଥିପାଇଁ ତିନି ଦଳ ମଧ୍ୟରେ ତତ୍ପର ଦେଖାଦେଇଛି । ଡିସେମ୍ବର 5ରେ ହେବାକୁ ଥିବା ପଦ୍ମପୁର ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପରେ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସ ସତ୍ୟ ଭୂଷଣ ସାହୁଙ୍କୁ ନିଜର ଟିକେଟ ଦେଇଛି । ସତ୍ୟ ଭୂଷଣ ପଦ୍ମପୁରରୁ 3 ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସତ୍ୟ ଭୂଷଣ ସାହୁଙ୍କ ନାମକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଅନୁମୋଦନ କରିଛନ୍ତି ।

ସୂଚନାଯୋଗ୍ୟ, ସତ୍ୟ ଭୂଷଣ ସାହୁ ବିଗତ ଦିନରେ ତିନି ଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସେ 1980, 1985 ଓ 2004ରେ ନିର୍ବାଚନ ଜିତି ବିଧାୟକ ହୋଇଥିଲେ । ଚଳିତ ଥର କଂଗ୍ରେସ ପାଇଁ ସେ ହିଁ ଏକମାତ୍ର ବିକଳ୍ପ ଥିଲେ। ତେଣୁ କଂଗ୍ରେସ ସତ୍ୟ ଭୂଷଣଙ୍କୁ ଟିକେଟ ଦେଇଛି । 2019 ସାଧାରଣ ନିର୍ବାଚନରେ ସ୍ବର୍ଗତ ବିଜୟ ରଂଜନ ସିଂହ ବରିହା ବିଜୟୀ ହୋଇଥିଲା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ 2ୟ ଓ ସତ୍ୟ ଭୂଷଣ ସାହୁ 3ୟ ସ୍ଥାନରେ ଥିଲେ। ସତ୍ୟଭୂଷଣଙ୍କୁ 2014ରେ କଂଗ୍ରେସରୁ ଟିକେଟ ମିଳି ନ ଥିଲା । ଏହା ପୂର୍ବରୁ 2009ରେ ହୋଇଥିବା ସାଧାରଣ ନିର୍ବାଚନରେ ସତ୍ୟ ଭୂଷଣ 2ୟ ସ୍ଥାନରେ ଥିଲେ ।


ସେୟାର କରନ୍ତୁ