ଭୟାବହ ଅଗ୍ନିକାଣ୍ଡ, ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ କଲା ଆୟତ୍ତ

ରାଜ୍ୟ
ସେୟାର କରନ୍ତୁ

କାମାକ୍ଷାନଗର : ଆଜି ଦିନ ପ୍ରାୟ 11ଟା ସମୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଆଠ ବଖରା ଘର ପୋଡି ପାଉଁଶ ହୋଇଯାଇଛି l ଏହି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିଗୋରଡ ପଞ୍ଚାୟତ ଅନ୍ତର୍ଗତ ଖଟକୁରା ଗାଁର କଟାତଇଲା ସାହିରେ (ନୂଆସାହି) l ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ଜଣାପଡିଛି l

ତେବେ ଖବରପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା l ଏହି ଅଗ୍ନିକାଣ୍ଡରେ କଟାତଇଲା ସାହିର ବିରଞ୍ଚି ବିଶ୍ଵାଳ, ସୁରେନ୍ଦ୍ର ବିଶ୍ୱାଳ, ସନାତନ ବିଶ୍ୱାଳ, ରବି ବିଶ୍ୱାଳ ଓ ଗୋଲେକ ବିଶ୍ୱାଳଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି l

ସୂଚନା ମୁତାବକ, ରାଜସ୍ବ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରି କ୍ଷୟକ୍ଷତି ଆକଳନ କରି ସମସ୍ତ ପ୍ରକାରର ସରକାରୀ ସହାୟତା ଯୋଗାଇ ଦେବେ ବୋଲି କହିଛନ୍ତି l ଘଟଣା ସ୍ଥଳରେ ପଞ୍ଚାୟତ ସମିତି ଅଧକ୍ଷ ପ୍ରେମାନନ୍ଦ ସାହୁ ପହଞ୍ଚି ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଓ ସେମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା ମଧ୍ୟ କରୁଥିବାର ଜଣାପଡିଛି l


ସେୟାର କରନ୍ତୁ