40 ଡିଗ୍ରି ଉପରେ ରହିଛି 32 ସହର, ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା 44.3 ଡିଗ୍ରି‌ ରେକର୍ଡ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ । ରାଜ୍ୟରେ ଚଳିତ ବର୍ଷର ସର୍ବାଧିକ ଦିନ ତାପମାତ୍ରା ରେକର୍ଡ କରାଯାଇଛି । 32 ସହରର ତାପମାତ୍ରା 40 ଡିଗ୍ରି ଉପରେ ରହିଛି। 43 ଡିଗ୍ରି ଉପରେ 10ଟି ସହର ଥିବା ବେଳେ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା 44.3 ଡିଗ୍ରି‌ ରେକର୍ଡ ହୋଇଛି। ସେହିପରି ବାରିପଦାରେ ପାରା 44.2 ଡିଗ୍ରି ପହଞ୍ଚିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଝାରସୁଗୁଡ଼ାରେ 43.8, ଅନୁଗୁଳରେ 43.7, ଟିଟିଲାଗଡ଼ରେ 43.5, ବଲାଙ୍ଗୀର, ମାଲକାନଗିରି, ନୂଆପଡ଼ା, ଭବାନୀପାଟଣାରେ 43 ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି ।

ଚଳିତ ସପ୍ତାହରେ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି । ପ୍ରବଳ ଖରା ଆହୁରି ଦୁଇ ଦିନ ଜାରି ରହିବ । ମୁଣ୍ଡ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସକାଳ 8ଟାରୁ ଦିନ 4ଟା ଭିତରେ ବାହାରକୁ ଯିବା ଅସମ୍ଭାଳ ହେଉଛି ।‌ ଜରୁରୀ କାମ ନଥିଲେ ଲୋକେ ପଦାକୁ ବାହାରୁ ନାହାନ୍ତି । ମଧ୍ୟାହ୍ଣ ସମୟରେ ରାସ୍ତାଘାଟ ଖାଲିଖାଲି ଲାଗୁଛି । ପାଣିପାଗ ବିଭାଗ ପକ୍ଷରୁ ସତର୍କତା ସୂଚନା ଜାରି କରାଯାଇଛି ଯେ, ଖରା ଆହୁରି 2 ଦିନ ଜାରି ରହିବ ।


ସେୟାର କରନ୍ତୁ