ରାଜ୍ୟରେ ପୁଣି 90 କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 2478

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି 90ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2478କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଚିହ୍ନଟ ହୋଇଥିବା 90 କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 25ଜଣ, ନୟାଗଡ଼ରୁ 7ଜଣ, ଭଦ୍ରକରୁ 9ଜଣ, ଗଞ୍ଜାମରୁ 22ଜଣ, ସୁନ୍ଦରଗଡ଼ରୁ 5ଜଣ,ପୁରୀରୁ 2ଜଣ, କଟକରୁ 5ଜଣ, ଢେଙ୍କାନାଳରୁ 10ଜଣ , ସମ୍ବଲପୁର, ଅନୁଗୁଳ, ବାଲେଶ୍ୱର ଓ କଳାହାଣ୍ଡି, ବରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 79 ଜଣ ସଂଗରୋଧ କେନ୍ଦ୍ରରୁ ଏବଂ 11 ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡିଛି । ଆକ୍ରାନ୍ତଙ୍କ ମଧ୍ୟରୁ 1053 ଜଣ ବିଭିର୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ 1416 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଏଥିରେ 7ଜଣଙ୍କ ମୃତ୍ୟୁ ଘଟିଛି ।


ସେୟାର କରନ୍ତୁ