Coronavirus: ଦେଶରେ ପୂର୍ବ 24 ଘଣ୍ଟାରେ ସବୁଠାରୁ ଅଧିକ 9304 ନୂଆ ମାମଲା ଆସିଲା, ମୃତ୍ୟୁ ସଂଖ୍ୟା 6 ହଜାର ପାର

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦେଶରେ ପ୍ରତିଦିନ କରୋନା ଭାଇରସ ମାମଲା ବଢ଼ିବାରେ ଲାଗିଅଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ସଂଖ୍ୟା ମୁତାବକ, ଦେଶରେ ଏବେ ଏହି ମହାମାରୀରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦୁଇ ଲକ୍ଷ ପାର ହୋଇଯାଇଛି । ମନ୍ତ୍ରାଳୟ ମୁତାବକ, ଏପର୍ଯ୍ୟନ୍ତ 2 ଲକ୍ଷ 16 ହଜାର 919 କରୋନାରେ ସଂକ୍ରମିତ ହୋଇସାରିଛନ୍ତି । ଏଥି ମଧ୍ୟରୁ 6075 ମୃତ୍ୟୁ ହୋଇଅଛି । ତେବେ 1ଲକ୍ଷ 4 ହଜାର ଲୋକ ଠିକ ମଧ୍ୟ ହୋଇଛନ୍ତି ।
ପୂର୍ବ 24 ଘଣ୍ଟାରେ କରୋନା ସଂକ୍ରମିତ ମାମଲା ସବୁଠାରୁ ଅଧିକ ହୋଇଅଛି । ଆଜି ଦେଶରେ 9304 ନୂଆ କେସ ଆସିଅଛି ଏବଂ 260 ମୃତ୍ୟୁ ହୋଇଅଛି ।

କେଉଁ ରାଜ୍ୟରେ କେତେ ମୃତ୍ୟୁ ହୋଇଅଛି ?
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମୁତାବକ, ମହାରାଷ୍ଟ୍ରରେ 2587, ଗୁଜୁରାଟରେ 1122, ଦିଲ୍ଲୀରେ 606, ମଧ୍ୟପ୍ରଦେଶରେ 371, ତାମିଲନାଡୁରେ 208, ତେଲେଙ୍ଗାନାରେ 99, ଆନ୍ଧ୍ରପ୍ରଦେଶରେ 68, କର୍ଣ୍ଣାଟକରେ 53, ଉତ୍ତରପ୍ରଦେଶରେ 229, ପଞ୍ଜାବରେ 47, ପଶ୍ଚିମବଙ୍ଗରେ 345, ରାଜସ୍ଥାନରେ 209, ଜମ୍ମୁ-କାଶ୍ମୀର 34, ହରିୟାଣାରେ 23, କେରଳରେ 11, ଝାଡ଼ଖଣ୍ଡରେ 5, ବିହାରରେ 25, ଓଡ଼ିଶାରେ 7, ଆସାମରେ 4, ହିମାଚଳପ୍ରଦେଶରେ 5, ମେଘାଳୟରେ 1ମୃତ୍ୟୁ ହୋଇଅଛି ।


ସେୟାର କରନ୍ତୁ