ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ

ରାଜ୍ୟ
ସେୟାର କରନ୍ତୁ

ଢେଙ୍କାନାଳ : ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ କୁମାର ମଲ୍ଲିକ । ଶିକ୍ଷକଙ୍କଠାରୁ ଆଜି ସକାଳୁ ଶ୍ରୀ ମଲ୍ଲିକ କୁକୁଟା ଛକରେ ରହୁଥିବା ଭଡ଼ାଘରେ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା ।

ଏଥିସହ ଯୋଜନା ଅନୁଯାୟୀ ଭିଜିଲାନ୍ସ ପକ୍ଷରୁ ଆଜି ଏକକାଳୀନ 3ଟି ସ୍ଥାନରେ ଚଢ଼ଉ କରାଯାଉଥିବା ଜଣାଯାଇଛି । ଆଜି ଏକ ସମୟରେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ ମଲ୍ଲିକଙ୍କ ଭଡ଼ା ଘର ସମେତ କାର୍ଯ୍ୟାଳୟ ଓ ଭଦ୍ରକ ବାସଭବନରେ ଚଢ଼ଉ ଜାରି ରହିଛି ।


ସେୟାର କରନ୍ତୁ