ରାଜ୍ୟରେ ସୁସ୍ଥ ହେଲେ 164 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 5353

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 164 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହି ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 5353ରେ ପହଞ୍ଚିଅଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ନୂତନ ସୁସ୍ଥ ସଂଖ୍ୟାଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରୁ 48 ଜଣ, ଜଗତସିଂହପୁର ଜିଲ୍ଲାରୁ 31 ଜଣ, ବାଲେଶ୍ୱର ଜିଲ୍ଲାରୁ 26 ଜଣ, କଟକ ଜିଲ୍ଲାରୁ 25 ଜଣ, ଯାଜପୁର ଜିଲ୍ଲାରୁ 12 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 12 ଜଣ, କେନ୍ଦ୍ରାପଡ଼ା 3 ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ 3 ଜଣ, କେନ୍ଦୁଝର ଜିଲ୍ଲାରୁ 2 ଜଣ ଏବଂ ଭଦ୍ରକ ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ