ଲଘୁଚାପ ବର୍ଷା ହେତୁ ଦଶହରା ଫିକା ପଡ଼ିଥିଲା, କୁମାର ପୂର୍ଣ୍ଣିମାରେ ମଧ୍ୟ ବର୍ଷା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ସାରାରାଜ୍ୟରେ ଲଗାଣ ବର୍ଷା ଯୋଗୁ ଚଳିତ ବର୍ଷ ଦଶହରା ଫିକା ପଡ଼ିଥିଲା । ନବମୀ ଓ ଦଶମୀ ଦୁଇ ଦିନ ପ୍ରବଳ ବର୍ଷା କାରଣରୁ ପ୍ରାୟ ଜାଗାରେ ଭକ୍ତମାନଙ୍କର ଭିଡ଼ ଟିକେ କମ ଦେଖିବାକୁ ମିଳିଥିଲା । ଏବେ କୁମାର ପୂର୍ଣ୍ଣିମାରେ ମଧ୍ୟ ବର୍ଷାରୁ ତ୍ରାହି ମିଳିବନି । 9ରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । 10ରେ ବି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷିବ । ପାଣିପାଗ ବିଶେଷଜ୍ଞ ଏଭଳି ସତର୍କ କରାଇଛନ୍ତି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, 9 ତାରିଖରେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର,ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷିପାରେ । ଏହି 5 ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 10ରେ ଗଞ୍ଜାମ, ଗଜପତି, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ସତର୍କ କରାଇଛି । ଶନିବାର ଦକ୍ଷିଣ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଠାଏ ଠାଏ ବର୍ଷା ହୋଇପାରେ । ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଇପାରେ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।


ସେୟାର କରନ୍ତୁ