ରାଜ୍ୟରେ ସୁସ୍ଥ ହେଲେ 728 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 15928

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 728 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 15,928ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 728 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରୁ 391 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 49 ଜଣ, କଟକ ଜିଲ୍ଲାରୁ 43 ଜଣ, ବାଲେଶ୍ୱର ଜିଲ୍ଲାରୁ 33 ଜଣ, ଯାଜପୁର ଜିଲ୍ଲାରୁ 32 ଜଣ, ଗଜପତି ଜିଲ୍ଲାରୁ 23 ଜଣ, ମୟୂରଭଂଜ ଜିଲ୍ଲାରୁ 19 ଜଣ, ଅନୁଗୁଳ ଜିଲ୍ଲାରୁ 18 ଜଣ, ଜଗତସିଂହପୁର 17 ଜଣ, ନୟାଗଡ଼ ଜିଲ୍ଲାରୁ 17 ଜଣ, ସମ୍ବଲପୁର ଜିଲ୍ଲାରୁ 11 ଜଣ, ମାଲକାନଗିରି ଜିଲ୍ଲାରୁ 10 ଜଣ, ବରଗଡ଼, ଢେଙ୍କାନାଳ, କେନ୍ଦ୍ରାପଡ଼ା, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ 7 ଜଣ ଲେଖାଏଁ, ବଲାଙ୍ଗୀର, ଝାରସୁଗୁଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରୁ 5 ଜଣ ଲେଖାଏଁ, ଭଦ୍ରକ ଓ ନବରଙ୍ଗପୁର ଜିଲ୍ଲାରୁ 4 ଜଣ ଲେଖାଏଁ, କୋରାପୁଟ ଜିଲ୍ଲାରୁ 3 ଜଣ, ବୌଦ୍ଧ ଓ କେନ୍ଦୁଝର ଜିଲ୍ଲାରୁ 2 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ