ଅମିତାଭ ବଚ୍ଚନ ହସ୍ପିଟାଲରୁ ସେୟାର କଲେ ଏହି ଫଟୋ, କହିଲେ – ‘ଭଗବାନ ମୋତେ ସାହାଯ୍ୟ କରନ୍ତୁ …’

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ସମ୍ରାଟ ଅମିତାଭ ବଚ୍ଚନ ଏହି ସମୟରେ କରୋନା ଭାଇରସ ପଜିଟିଭ କାରଣରୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ହସ୍ପିଟାଲରେ ଆଡମିଟ ହୋଇଥିଲେ ମଧ୍ୟ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ଅଛନ୍ତି ଏବଂ ପୋଷ୍ଟ ସେୟାର କରି ପ୍ରଶଂସକଙ୍କ ସହ ଜଡିତ ଅଛନ୍ତି । ସେ ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ଏକ ପୁରୁଣା ପୋଷ୍ଟ ସେୟାର କରିଛନ୍ତି ଏବଂ କିଛି ସକାରାତ୍ମକ ଲାଇନ ମଧ୍ୟ ଲେଖିଛନ୍ତି । ଅମିତାଭ ବଚ୍ଚନଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋରେ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଛି । ତାଙ୍କ ପୋଷ୍ଟରେ ମଧ୍ୟ ପ୍ରଶଂସକମାନେ ବହୁତ ପ୍ରତିକ୍ରିୟା କରୁଛନ୍ତି ।

ଅମିତାଭ ବଚ୍ଚନ ଏକ ଫଟୋ ସେୟାର କରି ଲେଖିଛନ୍ତି: “ଯେଉଁ ହାତ ତୁମେ ନିଜର ପ୍ରେମ ଏବଂ ସମର୍ଥନରେ ଉଠାଉ ଅଛ ତାହା ମୋର ଶକ୍ତି … ମୁଁ ଏହାକୁ ମୋ ସିଷ୍ଟମରୁ କେବେବି ଅଦୃଶ୍ୟ ହେବାକୁ ଦେବି ନାହିଁ, ତେଣୁ ଭଗବାନ ମୋତେ ସାହାଯ୍ୟ କରନ୍ତୁ ।” ତାଙ୍କର ପୋଷ୍ଟ ଟ୍ୱିଟରରେ ହଜାରୋ ଲାଇକ୍ ପାଇଅଛି । ପୂର୍ବରୁ ହଠାତ୍ ଏକ ଖବର ଆସିଥିଲା ​​କି ଅମିତାଭ ବଚ୍ଚନ କରୋନା ଟେଷ୍ଟ ନେଗେଟିଭ ଆସିଅଛି । ଏହି ଖବର ଉପରେ ଅମିତାଭ ବଚ୍ଚନ ବହୁତ ରାଗିଯାଇଥିଲେ ଏବଂ ଏହାକୁ ନକଲି ବୋଲି କହିଥିଲେ ।

ଅମିତାଭ ବଚ୍ଚନଙ୍କ ସମେତ ତାଙ୍କ ପରିବାରର 4 ଜଣ ବ୍ୟକ୍ତି ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କରୋନା ପଜିଟିଭ୍ ମିଳିବା ପରେ ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଐଶ୍ୱର୍ଯ୍ୟା ରାୟ ଘରେ କ୍ଵାରିଣ୍ଟିଂନ ହୋଇଯାଇଥିଲେ, କିନ୍ତୁ 4 ଦିନ ପରେ ତାଙ୍କୁ ମଧ୍ୟ ନିଜର ଝିଅ ସହିତ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା । କହିବାକି ଅମିତାଭ ବଚ୍ଚନ ଡାକ୍ତରଖାନାରେ ଭର୍ତ୍ତି ହେବା ସତ୍ୱେ ମଧ୍ୟ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହିତ ଯୋଡି ହୋଇ ରହିଛନ୍ତି । ସେ ଲଗାତାର ଇନଷ୍ଟାଗ୍ରାମ ଏବଂ ଟ୍ୱିଟର ମାଧ୍ୟମରେ ପୋଷ୍ଟ କରି ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଉଛନ୍ତି ।


ସେୟାର କରନ୍ତୁ