ଆଗମନ କରିବେ ସମୃଦ୍ଧିର ଦେବୀ ମା’ ଗଜଲକ୍ଷ୍ମୀ, ଦେଖିବାକୁ ମିଳୁଛି ସବୁଠି ତତ୍ପର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଜଗତଜନନୀ ମା’ ମହାମାୟା ଧରାପୃଷ୍ଠରୁ ମେଲାଣି ନେଇ ସାରିଛନ୍ତି । ଏବେ ଧନଧାନ୍ୟରେ ସମୃଦ୍ଧ କରିବାକୁ ଧରାକୁ ଓହ୍ଲାଇ ଆସିବେ ମା’ ଗଜଲକ୍ଷ୍ମୀ । ଶାନ୍ତି ପରେ ସମୃଦ୍ଧିକୁ ପା‌ଛୋଟିବା ପାଇଁ ସାରାରାଜ୍ୟ ତଥା ପୁର, ପଲ୍ଲୀ, ଗାଁ ଗଣ୍ଡାଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଅଣ୍ଟା ଭିଡ଼ିଲେଣି । ଏଥିପାଇଁ ମା’ ଦୁର୍ଗାଙ୍କ ପରେ ମା’ ଗଜଲକ୍ଷ୍ମୀଙ୍କ ମଣ୍ଡପ ସଜେଇ ହେଲାଣି । ଦେଖିବାକୁ ମିଳୁଛି ସବୁଠି ତତ୍ପର ।

ମା’ଙ୍କ ଆଗମନ ପାଇଁ ରାଜଧାନୀର ଗଳିକନ୍ଦି ବି ଚଳଚଞ୍ଚଳ ହୋଇଉଠିଲାଣି । କେଉଁଠି ବିଶାଳ ତୋରଣ ତ ପୁଣି କେଉଁଠି ଅନ୍ନପୂର୍ଣ୍ଣାଙ୍କ ଶଙ୍କୁଡ଼ି ଭୋଗ ପାଲଟିବ ଏହି ପୂଜାର ମୁଖ୍ୟ ଆକର୍ଷଣ । ସେଇଭଳି ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ପାଇଁ ଢେଙ୍କାନାଳ ସହର ସମେତ ଗାଁ ଗାଁ’ରେ ମଧ୍ୟ ମା’ଙ୍କ ଆଗମନ ପାଇଁ ସଜେଇ ହୋଇଉଠିଛି ।


ସେୟାର କରନ୍ତୁ