ଭାରତର 601 ରନରେ ପାଳି ଘୋଷଣା ,କୋହଲି ହାସଲ କଲେ 7ମ ଦ୍ୱିଶତକ

ଖେଳ
ସେୟାର କରନ୍ତୁ

ପୁନେ : ଆଜି ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଦକ୍ଷିଣ-ଆଫ୍ରିକା ବିପକ୍ଷ ମ୍ୟାଚରେ କୋହଲି ନିଜର 250 ରନ ପୂରଣ କରି ଅପରାଜିତ ଅଛନ୍ତି । ଅଧିନାୟକ ବିରାଟ କୋହଲି ନିଜ କ୍ୟାରିୟରର 7ମ ଦ୍ୱିଶତକ ହାସଲ କରିଛନ୍ତି । ଏହା ସହିତ ଦ୍ୱିଶତକ ମାରିବାରେ ସେ ବିରେନ୍ଦ୍ର ସେହଓ୍ଵାଗ ଓ ସଚିନ ତେନ୍ଦୁଲକରଙ୍କ ଭଳି କିମ୍ବଦନ୍ତି ବ୍ୟାଟ୍ସମ୍ୟାନଙ୍କୁ ଟପିଯାଇଛନ୍ତି । ସୂଚନା ମୁତାବକ, ପ୍ରଥମ ଇନିଂସରେ ଭାରତ 5 ଓ୍ଵିକେଟ ହରାଇ 601 ରନ କରି ଇନିଂସ ଘୋଷଣା କରିଅଛି ।
କୋହଲିଙ୍କ ନାଁରେ ଏବେ 26ଟି ଟେଷ୍ଟ ଶତକ, 43ଟି ଏକଦିବସୀୟ ଶତକ ରହିଛି । ଟେଷ୍ଟ କ୍ୟାପଟେନ ହିସାବରେ ସେ 19ଟି ଶତକ ହାସଲ କରିଛନ୍ତି । ଏ କ୍ଷେତ୍ରରେ ସେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି । ସେ 7ଟି ଦ୍ୱିଶତକ ମାରିବାରେ ପ୍ରଥମ ଭାରତୀୟ । ତେବେ ବିଶ୍ୱରେକର୍ଡରୁ ସେ ଏବେବି ଅନେକ ଦୂରରେ ଅଛନ୍ତି । ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ 12ଟି ଟେଷ୍ଟ ଦ୍ୱିଶତକ ମାରିଛନ୍ତି ।
ବିହାଟ କୋହଲି 295ଟି ବଲରୁ 28ଟି ଚୌକା ସାହାଯ୍ୟରେ ନିଜର 200 ରନ ପୂରଣ କରିଛନ୍ତି । ଏହା ବିରାଟଙ୍କ କ୍ୟାରିୟର ସପ୍ତମ ଦ୍ୱିଶତକ । ଏକ ବର୍ଷ 10 ମାସ ପରେ ବିରାଟ ଟେଷ୍ଟ ମ୍ୟାଚରେ ଦ୍ୱିଶତକୀୟ ପାଳି ଖେଳିଛନ୍ତି । ଏହା ବିରାଟଙ୍କ କ୍ୟାରିୟର ସପ୍ତମ ଦ୍ୱିଶତକ । କୋହଲି ନିଜର 81ତମ ଟେଷ୍ଟ ମ୍ୟାଚର 138 ଇଂନିସରେ ଏହି କିର୍ତ୍ତିମାନ ହାସଲ କରିଛନ୍ତି । ଏହା ପୂର୍ବରୁ ସଚିନ ତେନ୍ଦୁଲକର 200ଟି ଟେଷ୍ଟ ମ୍ୟାଚର 329 ପାଳିରେ ଏବଂ ସେହୱାଗ 104ଟି ଟେଷ୍ଟ ମ୍ୟାଚର 180ଟି ପାଳିରୁ 6-6ଟି ଦ୍ୱିଶତକ ହାସଲ କରିଥିଲେ ।


ସେୟାର କରନ୍ତୁ