ଅମିତାଭଙ୍କ 77ତମ ଜନ୍ମ ଦିବସରେ ପ୍ରସ୍ତୁତ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା ସୋସିଆଲ ମିଡିଆରେ ଭାଇରାଲ

ସିନେମା
ସେୟାର କରନ୍ତୁ

ପୁରୀ: ବଲିଉଡ୍‌ର କିମ୍ବଦନ୍ତୀ ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ 77ତମ ଜନ୍ମ ଦିବସ ଅବସରରେ ପଦ୍ମ ସମ୍ମାନରେ ସମ୍ମାନିତ ବିଶ୍ୱ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ପ୍ରସ୍ତୁତ କରିଛନ୍ତି ବିଗ୍‌ ବି’ଙ୍କର ଏକ ସଦୃଶ୍ୟ ବାଲୁକା କଳା । ଏହା ପୁରୀ ବେଳାଭୂମିରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି । ଆଜି ଦେଶର ବହୁ ଅଞ୍ଚଳରେ ବିଗ୍‌ ବି’ ଅମିତାଭ ବଚ୍ଚନଙ୍କର ଜନ୍ମ ଦିନକୁ ପାଳନ କରିବା ସହ ବହୁ କଳାକାର ଅମିତାଭଙ୍କୁ ଜନ୍ମ ଦିନର ସୂବେସ୍ଛା ଜଣାଇ ଅଛନ୍ତି ।
ବିଗ୍‌ ବି’ଙ୍କର ମୁହଁ ରହିଥିବା ଏହି ବାଲୁକା କଳା ତଳେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅମିତାଭଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି,ଆଜିର ଏଇ ଶୁଭ ଦିନରେ ଜଗତର ନାଥ ଶ୍ରୀଜଗନ୍ନାଥ ନିକଟରେ ସୁସ୍ଥତାର କାମନା କରିବା ସହ ଲମ୍ବା ଆୟୁ ପ୍ରଦାନର ବାର୍ତ୍ତା ଦେଇଛନ୍ତି । ସେ ବିଗ୍‌ ବିଙ୍କୁ କୋଟି ହୃଦୟର ପ୍ରେରଣା କହିଛନ୍ତି । ଏହି ଲେଖା ସହ ବାଲୁକା ଶିଲ୍ପୀ ସୁଦର୍ଶନ ପଟ୍ଟନାୟକ ସୃଷ୍ଟି କରିଥିବା ଏଇ ବାଲୁକା କଳାର ଫଟୋକୁ ନିଜ ଟୁଇଟରରେ ସେୟାର କରିଛନ୍ତି । ଏହା ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।


ସେୟାର କରନ୍ତୁ