ମୁକ୍ତାପସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ‘MCC ଚ୍ୟାଲେଞ୍ଜ ଟ୍ରଫି’ ଉଦଘାଟିତ

ଖେଳ
ସେୟାର କରନ୍ତୁ

ପରଜଙ୍ଗ : ଆଜି ଶୁକ୍ରବାର ମୁକ୍ତାପସି କ୍ରିକେଟ କ୍ଲବର ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ‘MCC ଚ୍ୟାଲେଞ୍ଜ ଟ୍ରଫି’ ଉଦଘାଟିତ ହୋଇଯାଇଛି । ଏହାର ପ୍ରାରମ୍ଭିକ ମ୍ୟାଚରେ ବଡଝରା ଏବଂ କଇଁବିଲି ମଧ୍ୟରେ ସମ୍ନାସାମ୍ନି ହୋଇଥିଲା । ପ୍ରଥମେ କଇଁବିଲି ଟିମ ଟଚ ଜିତି ବ୍ୟାଟିଂର ନିଷ୍ପତି ନେଇ ନିର୍ଦ୍ଧାରିତ 12 ଓଭରରେ 4 ୱେକେଟ ହରାଇ 125 ରନ ସଂଗ୍ରହ କରିଥିଲା । ଏହି ଟିମ ବିପକ୍ଷରେ ଖେଳୁଥିବା ବଡଝରା ଟିମ ଏହାର ପିଛାକରି 8 ଓଭରରେ 129 ରନ କରି ବିଜୟଲାଭ କରିଥିଲା ।

ସୂଚନା ମୁତାବକ, ଏଥିରେ ମୁଖ୍ୟ ଅତିଥି ଭାବରେ ମୁକ୍ତାପସି ପଞ୍ଚାୟତର ସରପଞ୍ଚ ସସ୍ମିତା ସାହୁ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବରେ ମୁକ୍ତାପସି ପଞ୍ଚାୟତର ୱାର୍ଡମେମ୍ବର ସୀତା ବିଶ୍ୱାଳ ଯୋଗ ଦେଇଥିଲେ ।

ସେଇଭଳି ଅପରାହ୍ନ ଦ୍ୱିତୀୟ ମ୍ୟାଚରେ ମୁକ୍ତାପସି ଏବଂ ବାଉଁଶପାଳ ମଧ୍ୟରେ ଭେଟାଭେଟି ହୋଇଥିଲା । ବାଉଁଶପାଳ କ୍ୟାପଟେନ ଟଚ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତି ନେଇ ନିର୍ଦ୍ଧାରିତ 10 ଓଭରରେ 7 ୱେକେଟ ହରାଇ 86 ରନ ସଂଗ୍ରହ କରିଥିଲା । ଏହାର ଜବାବରେ ମୁକ୍ତାପସି ଟିମ 8 ଓଭର 4ଟି ବଲ ଖେଳି ହାତରେ 2ଟି ୱେକେଟ ଥାଇ 88 ରନ ସଂଗ୍ରହ କରି ବିଜୟଲାଭ କରିଥିଲା ।

ସୂଚନା ଥାଉକି, ଖେଳ ପରିଚାଳନା ଦାୟିତ୍ୱ ସୁଜିତ କୁମାର ସାହୁ ଏବଂ ବାପୁନ କୁମାର ବିଶ୍ୱାଳ ସମ୍ଭାଳି ଥିଲେ ।


ସେୟାର କରନ୍ତୁ