କେନ୍ଦ୍ର ଗୃହମନ୍ତ୍ରୀ ବୁଲି ଦେଖିଲେ ନେତାଜୀଙ୍କ ଜନ୍ମସ୍ଥାନ, ପ୍ରତିମୂର୍ତ୍ତିରେ କଲେ ପୁଷ୍ପମାଲ୍ୟ ଅର୍ପଣ

ଦେଶବିଦେଶ ରାଜ୍ୟ
ସେୟାର କରନ୍ତୁ

କଟକ : କଟକ ଗସ୍ତ ସମୟରେ ନେତାଜୀଙ୍କ ଜନ୍ମସ୍ଥାନ ଵୁଲି ଦେଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ତେବେ ଶାହଙ୍କ ସହ ମଧ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେତାଜୀଙ୍କ ଜନ୍ମସ୍ଥାନ ଵୁଲି ଦେଖିଛନ୍ତି ।

ସୂଚନା ଅନୁଯାୟୀ, ଗୃହ ମନ୍ତ୍ରୀ ଅମିତ ଶାହ ନେତାଜୀଙ୍କ ଜନ୍ମସ୍ଥାନରେ ପହଞ୍ଚିଵା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ପରେ ନେତାଜୀଙ୍କ ଫଟୋ ଓ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ନେତାଜୀ ସଂଗ୍ରହାଳୟ ଵୁଲି ଦେଖିବା ସହ ସଂଗ୍ରହାଳୟର କର୍ମଚାରୀ ମାନଙ୍କ ସହ ଗୃହ ମନ୍ତ୍ରୀ କିଛି ସମୟ ପାଇଁ ଆଲୋଚନା କରିଥିଲେ । ଏହି ଅଵସରରେ ନେତାଜୀଙ୍କ ଉପରେ ଜଣେ ଯୁଵ ଲେଖକ ଲେଖିଥିଵା ପୁସ୍ତକ ଅମିତ ଶାହଙ୍କୁ ପ୍ରଦାନ କରାଯାଇଥିଲା । ଅମିତ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ଵଳ ଦ୍ବାରା କଡା ସୁରକ୍ଷା ଵ୍ୟଵସ୍ଥା ଗ୍ରହଣ କରାଯାଇଥିଲା ।


ସେୟାର କରନ୍ତୁ