ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅମିତ ଶାହା: ଦଳୀୟ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

ଦେଶବିଦେଶ ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ଆଜି କଟକରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସିଧାସଳଖ ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଏଠାରେ ମଧ୍ୟାହ୍ନ ଭୋଜନ କରିବା ସହିତ ରାଜ୍ୟ ବିଜେପିର ତୁଙ୍ଗ ନେତୃତ୍ୱଙ୍କ ସହରୁଦ୍ଧ ଦ୍ୱାର ବୈଠକ କରିବେ । ଏହି ବୈଠକରେ ସେ ରାଜ୍ୟ ବିଜେପିର ପଦାଧିକାରୀ ଏବଂ କୋର କମିଟି ସଦସ୍ୟଙ୍କ ସହିତ ଆଲୋଚନା କରିବେ ।

ଏଥି ସହିତ ସଂଗଠନକୁ ମଜବୁତ କରିବା ପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ। ବିଜେପି କାର୍ଯ୍ୟାଳୟରେ ‌ଦଳୀୟ ବୈଠକ ଶେଷ ହେବା ପରେ ଅମିତ ଶାହ ହୋଟେଲ ମେ ଫେୟାରକୁ ଯିବାର କାର୍ଯ୍ୟକ୍ରମ ରହିଛି ।


ସେୟାର କରନ୍ତୁ