ବିଜୁ ଜନତା ଦଳର 25ତମ ବର୍ଷ ପୂର୍ତ୍ତି ଅବସରରେ ବିଧାୟକ କଲେ ବୃକ୍ଷରୋପଣ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ସୋମବାର ପରଜଙ୍ଗ ବିଧାୟକ ଡ଼ଃ ନୃସିଂହ ଚରଣ ସାହୁ ପରଜଙ୍ଗର ତିନୋଟି ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ସହ ସେଠାରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସୂଚନା ଅନୁଯାୟୀ, ବିଜୁ ଜନତା ଦଳର 25 ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜୁ ଯୁବ ଛାତ୍ର ଓ ମହିଳା ଜନତା ଦଳ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ପରଜଙ୍ଗର ତିନୋଟି ଶିକ୍ଷାନୁଷ୍ଠାନକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ପ୍ରଥମେ ବିଧାୟକ ଡ଼ଃ ସାହୁ ସରକାରୀ ଆଇ ଟି ଆଇ, ପରେ ପରଜଙ୍ଗ ମହାବିଦ୍ୟାଳୟ ଏବଂ ପରି ଶେଷରେ ଆଦର୍ଶ ବିଦ୍ୟାଳୟ ବାରିହାପୁର ଠାରେ ପରିଦର୍ଶନ କରି ବୃକ୍ଷରୋପଣ କରିଥିଲେ । ଏହା ସହିତ ପରଜଙ୍ଗ ବରିହାପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଧାୟକ ଡ଼ଃ ସାହୁ ଏବଂ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପାଠ ପଢା ଉପରେ କିଛି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ଜିଲ୍ଲା ଉପାଧ୍ୟକ୍ଷା ବିଳାସିନୀ ସେଠୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ବ୍ଲକ ବିଜେଡି ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି, ବ୍ଲକ ବିଜୁ ଯୁବ ସଭାପତି ସୁବ୍ରତ ଦାସ, ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନ ଏବଂ ବରିହାପୁର ପୂର୍ବତନ ସରପଞ୍ଚ ଭୁପେଶ ପ୍ରଧାନ ପ୍ରମୁଖ ଯୋଗ ଦାନ କରିବା ସହ ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଛାତ୍ର ଓ ମହିଳା ଜନତା ଦଳର ଶତାଧିକ କର୍ମୀ ଉପସ୍ଥିତ ଥିଲେ ।


ସେୟାର କରନ୍ତୁ