ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: 44.5 ଡିଗ୍ରୀ ସହ ବୌଦ୍ଧ ଉତ୍ତପ୍ତ ସହର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିନକୁ ଦିନ ତାତିରେ ଛଟପଟ ହେଉଛି ସାରା ରାଜ୍ୟ । ସକାଳ 9ଟାରୁ ଅପରାହ୍ନ 4ଟା ଯାଏଁ ବାହାରକୁ ବାହାରିବା ସହଜ ହେଉନାହିଁ । ଟାଣ ଖରା ଯୋଗୁଁ ଲୋକେ ଜରୁରୀ କାମ ନଥିଲେ ବାହାରକୁ ଯାଉନାହାନ୍ତି । ମଧ୍ୟାହ୍ନ ସମୟରେ ସହରାଞ୍ଚଳର ରାସ୍ତାଗୁଡ଼ିକ ଖାଲିଖାଲି ଲାଗୁଛି । ରାସ୍ତାକଡ଼ରେ ଥିବା ବଡ଼ବଡ଼ ଗଛ ତଳେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ଆଜି 44.5 ଡିଗ୍ରୀ ସହ ବୌଦ୍ଧ ଉତ୍ତପ୍ତ ସହର ପାଲଟିଛି । ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାାଇଛି ।

ତେବେ ପାଣିପାଗ ବିଭାଗ ତରଫରୁ କୁହାଯାଇଛି ଯେ, ଆଜି ରାଜ୍ୟର 27ଟି ସହର‌ରେ ତାପମାତ୍ରା 40 ଡିଗ୍ରିରୁ ଊର୍ଦ୍ଧ୍ବରେ ରହିଛି । ସେହିଭଳିି 9ଟି ସହରର ତାପମାତ୍ରା 43 ଡିଗ୍ରି ଉପରେ ଥିବାା ଜଣାପଡ଼ିଛି । ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା 39.6 ଡିଗ୍ରି ରେକର୍ଡ ହୋଇଛି । ଆଜି ବଲାଙ୍ଗୀରରେ 43.8 ଡ଼ିଗ୍ରି, ସୋନପୁରରେ 43.6 ଡ଼ିଗ୍ରି ଏବଂ ଟିଟଲାଗଡରେ 43.5 ଡ଼ିଗ୍ରି ତାପମାତ୍ରା ରେକର୍ଡ ହୋଇଛି ।


ସେୟାର କରନ୍ତୁ