ବଡଝରା ଆଶ୍ରମ ଛକ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକାରେ ଦୁଇ ଜଣ ଗୁରୁତର

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ – ପ୍ରଶାନ୍ତ କୁମାର ସାହୁ
ପରଜଙ୍ଗ: ତାଳଚେର ଡୁବୁରୀ ରାସ୍ତା 53 ନମ୍ବର୍ ଜାତୀୟ ରାଜପଥରେ ବଡଝରା ଠାରେ ଥିବା ଆଶ୍ରମ ଛକ ପାଖା ପାଖି ଏକ ସଡକ ଦୁର୍ଘଟଣା ଘଟିଅଛି । ଯାହା ଫଳରେ ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଆଜି ସମୟ ପ୍ରାୟ ବାରଟା ତିରିଶ ମିନିଣ୍ଟ ହେବ ଦୁଇଟି ବାଇକ ମୁହାଁ ମୁଁହି ଧକା ହୋଇଥିଲେ । ଏଥିରେ ବଡଝରା ନୂଆ ସାହିର ଭିକାରି ସାହୁଙ୍କ ବଡ଼ପୁଅ ପ୍ରଶ୍ନ ସାହୁ ମୁକ୍ତପସିରୁ କିଛି କାମ ସାରି ନିଜ ଘରକୁ ଫେରୁଥିଲେ । ତେବେ ଅନ୍ୟ ପକ୍ଷରୁ ବାଇସିଙ୍ଗା ନୂଆପାଣି ଗ୍ରାମର ବିଜନସମାଲ ଏକ ହିରୋ ସ୍ପେଣ୍ଡର (ଗାଡି ନମ୍ବର୍- OD-06-A-2036) ତାଳଚେରରୁ ନିଜଗ୍ରାମକୁ ଫେରୁଥିଲା ବେଳେ ଏହି ଘଟଣାଟି ଘଟିଅଛି ।

ତେବେ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ବିଜନ ଅନୁଗୁଳରୁ ରାଉଲକେଲା ଯାଉଥିବା ବସ ଲଷ୍ମୀରେ କଣ୍ଡକ୍ଟର ଭାବେ କାର୍ଯ୍ୟ କରନ୍ତି । ସେ ଆଜି ନିଜ ଡିଉଟି ସାରି ନିଜ ଘରକୁ ଫେରୁଥିଲା ବେଳେ ଦୁଇ ଜଣଙ୍କ ମଧ୍ୟରେ ମୁହାଁ ମୁଁହି ଧକା ହୋଇଥିଲା । ଏଥିରେ ପ୍ରଶ୍ନ ସାହୁଙ୍କର ଡାହାଣ ପାଖ ଜଙ୍ଘ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା । ବିଜନ ସାମଲଙ୍କ ମୁଣ୍ଡର ପଛପାଖ ଖୁବ ଜୋରରେ ଆଘାତ ହୋଇ ରକ୍ତ ସ୍ରାବ ହେଉଥିବା ବେଳେ ଡାହାଣ ଗୋଡ଼ର ପାଦ ଆଙ୍ଗୁଠି ସବୁ ଛିଣ୍ଡି ଯାଇ ଥିବା ଜଣାପଡିଛି ।

ସୂଚନା ମୁତାବକ, ପ୍ରଥମେ ପ୍ରଶ୍ନ ସାହୁଙ୍କୁ ଏକ ଅଟୋ ଯୋଗେ ଓ ପରେ ବିଜନ ସାମଲଙ୍କୁ 108 ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠା ଯାଇଥିଲା । ତେବେ ସେମାନଙ୍କର ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।


ସେୟାର କରନ୍ତୁ